ନାଶିକରେ ବିଶ୍ୱ ଶାନ୍ତି ଅହିଂସା ସମ୍ମେଳନ

0

ନାଶିକ : ମହାରାଷ୍ଟ୍ରର ନାଶିକ ଜିଲ୍ଲାସ୍ଥିତ ମଙ୍ଗିଟୁଙ୍ଗିଠାରେ ବିଶ୍ୱ ଶାନ୍ତି ଅହିଂସା ସମ୍ମେଳନ ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀ ୩ଦିନ ଧରି ଚାଲିବ। ଭଗବାନ ରିଶଭଦେବ ମୂର୍ତ୍ତି ନିର୍ମାଣ ସମିତି ଦ୍ୱାରା ଏହାର ଆୟୋଜନ କରାଯାଇଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁୁ ଉଦ୍‍ଘାଟନ କରିଛନ୍ତି। ରାଷ୍ଟ୍ରପତି ପ୍ରଥମ ଆନ୍ତର୍ଜାତିକ ଭଗବାନ ରିଶଭଦେବ ମଧ୍ୟ ପ୍ରଦାନ କରିଛନ୍ତି।  ଉତ୍ତରପ୍ରଦେଶର ମୋରାଦାବାଦସ୍ଥିତ ତୀର୍ଥଙ୍କର ମହାବୀର ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ଅବସରରେ ରାଷ୍ଟ୍ରପତି ସର୍ବୋଚ୍ଚ ଦିଗମ୍ବର ଜୈନ ପ୍ରତୀମା ନାମକ ଏକ ପୁସ୍ତକ ଉନ୍ମୋଚନ କରିବେ। ମହାରାଷ୍ଟ୍ର ରାଜ୍ୟପାଳ ସି.ଏଚ୍‍.ବିଦ୍ୟାସାଗର ରାଓ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ।

Leave A Reply