ଆଜି ବିଶ୍ୱ ଶାନ୍ତି ଦିବସ

ଆଜି ବିଶ୍ୱ ଶାନ୍ତି ଦିବସ ପାଳନ କରାଯାଇଛି। ୨୪ ଘଣ୍ଟିଆ ଅହିଂସା ପାଳନ ଓ ଯୁଦ୍ଧବିରତି ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ମାସ ଆଜିର ଦିନରେ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ କରାଯାଏ। ଶାନ୍ତିପୂର୍ଣ୍ଣ ଏବଂ ନିରନ୍ତର ବିଶ୍ୱ ଗଠନ ପାଇଁ ବିଶ୍ୱସ୍ତରରେ ଏକତାର ବିକାଶ ସକାଶେ ଏହି ଦିବସ ମହତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୨୦୨୧ ଫେବୃୟାରୀ ମାସରେ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମର୍ଥନ କରିବାକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦିଆଯାଇଥିଲା।

ଯୁଦ୍ଧ କ୍ଷେତ୍ରରେ ଜୀବନ ରକ୍ଷାକାରୀ ଟିକା ଓ ଚିକିତ୍ସା ସୁବିଧା ପହଞ୍ଚାଇବା ପାଇଁ ଆଜିର ଦିନରେ ଆହ୍ୱାନ ଦିଆଯାଇଛି। ୧୯୮୧ ମସିହା ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ସେପ୍ଟେମ୍ବର ମାସର ତୃତୀୟ ମଙ୍ଗଳବାରକୁ ଆନ୍ତର୍ଜାତିକ ଶାନ୍ତି ଦିବସ ଭାବେ ପାଳନ କରିବା ଲାଗି ସ୍ଥିର କରାଯାଇଥିଲା। ସୂଚନା ଯୋଗ୍ୟ ଯେ ପ୍ରତି ବର୍ଷ ସେପ୍ଟମ୍ବର ମାସ ତୃତୀୟ ମଙ୍ଗଳବାରରେ ଜାତିସଂଘର ସାଧାରଣ ପରିଷଦର ନିୟମିତ ଅଧିବେଶନ ବସିଥାଏ।

Comments are closed.