ସଡ଼କ ଦୁର୍ଘଟଣାରେ ବିଶ୍ବର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି “ମୋମୋଟା” ଆହତ

ନୂଆଦିଲ୍ଲୀ : ବିଶ୍ବର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି କେଣ୍ଟୋ ମୋମୋଟା ସୋମବାର ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ମଲେଶିଆରେ ଆଜି ହୋଇଥିବା ଏହି ଦୁର୍ଘଟଣାରେ ମୋମୋଟା ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ମାତ୍ର ଏହି ଦୁର୍ଘଟଣାରେ ତାଙ୍କ କାର ଚାଳକଙ୍କର ମୃତ୍ୟୁ ଘଟିଛି।

କେଣ୍ଟୋ ମୋମୋଟା ହେଉଛନ୍ତି ଜାପାନର ବ୍ୟାଡମିଣ୍ଟନ ଖେଳାଳି। ସେ ବିଶ୍ବର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଭାବରେ ଖୁବ୍ ପରିଚିତ। ସେ ଦୁଇଟି ବିଶ୍ବ ଚମ୍ପିଆନସିପ ଟାଇଟେଲ ଏବଂ ଦୁଇଟି ଏସିଆନ ଚମ୍ପିଆନସିପ୍ ଭଳି ଟାଇଟେଲ ନିଜ ନାମରେ କରିଛନ୍ତି।

Comments are closed.