ଆମ ସ୍ୱାସ୍ଥ୍ୟ ସୁସ୍ଥ ଜୀବନ ପାଇଁ ସୁରକ୍ଷିତ ପୃଥିବୀ: ଜୈବବିବିଧତାର ସୁରକ୍ଷା ନିମନ୍ତେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ଲୋଡା

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୨- ରାଜ୍ୟସ୍ତରୀୟ ସମାରୋହ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ସଦନ ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୨ ପାଳିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ୍ କୁମାର ମହାନ୍ତି ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦ୍ରୁତ ଗତିରେ ଅବକ୍ଷୟ ହେଉଥିବା ଆମ ପୃଥିବୀର ଜୈବବିବିଧତାର ସୁରକ୍ଷା ନିମନ୍ତେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ଲୋଡା ବୋଲି ମତ ପ୍ରକାଶ କରିଛନ୍ତି ।
‘ଆମ ପୃଥିବୀ- ଆମ ସ୍ୱାସ୍ଥ୍ୟ’ ଶୀର୍ଷକ ଏହି ରାଜ୍ୟ ସ୍ତରୀୟ ସମାରୋହରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ (ମେଡିକାଲ ସର୍ଭିସେସ୍‌) ଡା. ଦୀନବନ୍ଧୁ ପଣ୍ଡା, ଭାରତ ସରକାରଙ୍କ ବରିଷ୍ଠ ଆଚଂଳିକ ନିର୍ଦ୍ଦେଶକ, ଡା.ଏସ୍‌.କେ. କର, ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ସେବା ଡା. ବିଜୟ କୁମାର ମହାପାତ୍ର, କିମ୍ସର ଉପ-କୁଳପତି ଡା.ସି.ବି.କେ. ମହାନ୍ତି, ନିର୍ଦେଶକ ଆୟୁଷ, ଡ଼ା. ଭୂମେଶ ବେହେରା, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ଓଡିଶା ଶାଖା ପ୍ରତିନିଧି ଡା. ନିହାର ରାୟ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦେଶକ ଡା. ଅମରେନ୍ଦ୍ରନାଥ ମହାନ୍ତି ଅଂଶଗ୍ରହଣ କରି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୨ ଏବଂ ଏ ବର୍ଷର ବାର୍ତ୍ତାର ଯଥାର୍ଥ କାର୍ଯ୍ୟାନ୍ୱୟନ ଉପରେ ଆଲୋକପାତ କରିଥିଲେ ।
ରାଜ୍ୟସ୍ତରୀୟ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଦ୍ୱିତୀୟ ଭାଗରେ ଏକ ବୈଷୟିକ ଅଧିବେଶନ ଆୟୋଜିତ ହୋଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ୍‌ କୁମାର ମହାନ୍ତି ଓ ଡା. ଦୀନବନ୍ଧୁ ପଣ୍ଡାଙ୍କ ପରିଚାଳନାରେ ଏହି ବୈଷୟିକ ଅଧିବେଶନରେ ଭାରତୀୟ ପାଣିପାଗ ବିଭାଗର ଆଚଂଳିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ମୁଖ୍ୟ ବୈଜ୍ଞାନିକ ଡା. ହବିବୁର ରେହମାନ୍‌ ବିଶ୍ୱାସ, ଆଇଆଇପିଏଚ୍‌ ନିର୍ଦ୍ଦେଶକ ଡା. ଶ୍ରୀଧର କଦମ୍‌, ନିର୍ଦେଶକ ଜନସ୍ୱାସ୍ଥ୍ୟ ଡା. ନିରଞ୍ଜନ ମିଶ୍ର ଓ ୟୁନିସେଫ୍‌ ପ୍ରତିନିଧି ଡା. ମୀନା ସୋମ୍‌ ପ୍ରମୁଖ ଅଂଶଗ୍ରହଣ କରି ଜଳବାୟୁ ପରିବର୍ତ୍ତନ, ମନୁଷ୍ୟ ଜୀବନ ଉପରେ କି କି ନକରାତ୍ମକ ପ୍ରଭାବ ପକାଉଛି ଓ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦେଶକ, ଡା. ବିଜୟ କୁମାର ମହାପାତ୍ର ଏହି ବୈଷୟିକ ଅଧିବେଶନର ସାରାଂଶ ଆଲୋଚନା କରିଥିଲାବେଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ଅତିରିକ୍ତ ନିର୍ଦେଶକ ଡା. ପ୍ରଦୀପ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବିଭାଗୀୟ ନିର୍ଦେଶକ, ଅତିରିକ୍ତ ନିର୍ଦେଶକ ଏବଂ ଯୁଗ୍ମ ନିର୍ଦ୍ଦେଶକ ତଥା ପଦାଧିକାରୀମାନେ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂଯୁକ୍ତ ନିର୍ଦେଶାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଆଇଆଇପିଏଚ୍‌, ଭୁବନେଶ୍ୱରରେ ଜନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧ୍ୟୟନ କରୁଥିବା ଡାକ୍ତର, ଶିକ୍ଷାଦାନରେ ନିୟୋଜିତ ଅଧ୍ୟାପକ ଏବଂ ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣ ସରକାରୀ ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ଏହି ରାଜ୍ୟ ସ୍ତରୀୟ ସମାରୋହରେ ଅଂଶଗ୍ରହଣ କରିଥିଲେ । କେବଳ ରାଜ୍ୟସ୍ତରୀୟ ଉସିବ ନୁହେଁ ଆଜି ସମଗ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ଆଚଂଳିକ ସ୍ତରରେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଆଜିର ଦିନରେ ସାରା ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନତା ଏବଂ ଏହାର କୁପ୍ରଭାବରୁ ନିଜର ଏବଂ ନିଜ ଉତ୍ତରପିଢ଼ିର ସୁରକ୍ଷା ପାଇଁ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଉଦ୍ୟମ ନିମନ୍ତେ ଜନସଚତନତା ସୃଷ୍ଟି କରାଯାଇଛି।

Comments are closed.