ବିଶ୍ବ ସ୍ବାସ୍ଥ୍ୟ ଦିବସ ; ସୁସ୍ଥ ଶରୀର ପାଇଁ ଆପଣାନ୍ତୁ ଏହି ଟିପ୍ସ

ସୁସ୍ଥ ଶରୀର ପାଇଁ ଉତ୍ତମ ଖାଦ୍ୟ-ପାନୀୟ ଅତ୍ୟନ୍ତ ଜରୁରୀ । ସନ୍ତୁଳିତ ଆହାର ଶରୀର ସନ୍ତୁଳିତ ରଖିଥାଏ । ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ଆସନ୍ତୁ ଜାଣିବା ସୁସ୍ଥ ଶରୀର ପାଇଁ କିଛି ସହଜ ଟିପ୍ସ….

ପ୍ରତିଦିନ ସକାଳେ ଉଠି ଏକ ଗ୍ଲାସ ଗରମ ପାଣି ନିଶ୍ଚୟ ପିଅନ୍ତୁ ।

ପାଣିରେ ଲେମ୍ବୁ ବା ମହୁ ମିଶାଇ ପିଇ ପାରିବେ ।

ପନିପରିବା ର ଚୋପା ଛଡାଇ ରାନ୍ଧିବା ପରିବର୍ତ୍ତେ ଏହାକୁ ପ୍ରଥମେ ସିଝାଇ ଦିଅନ୍ତୁ ।

ପ​‌ରେ କମ୍ ତେଲରେ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତୁ । ଏହା ଦ୍ବାରା ପରିବା ର ପ୍ରୋଟିନ୍ ନଷ୍ଟ ହୋଇନଥାଏ ।

ଧଳା ପାଉଁରୁଟି ପରିବର୍ତ୍ତେ ମାଟିଆ ରଙ୍ଗର ପାଉଁରୁଟି (ବ୍ରାଉନ ବ୍ରେଡ୍) ବ୍ୟବହାର କରନ୍ତୁ ।

ଧଳା ଚାଉଳ ବଦଳରେ ବ୍ରାଉନ ଚାଉଳର ଭାତ ଖାଇବା ସ୍ବାସ୍ଥ୍ୟ ପାଇଁ ଉତ୍ତମ ।

ଯଥା ସମ୍ଭବ ମଇଦାରେ ପ୍ରସ୍ତୁତ ଖାଦ୍ୟରୁ ଦୂରେଇ ରୁହନ୍ତୁ ।

ଅଧିକ ମାତ୍ରାରେ ସଲାଡ୍ ଖାଆନ୍ତୁ । ଆପଣ ଚାହିଁଲେ ସାଲାଡରେ ଲେମ୍ବୁ ରସ ଏବଂ ଅଲିଭ୍ ଅଏଲ ବ୍ୟବହାର କରିପାରିବେ ।

ବ୍ୟଞ୍ଜନ ପ୍ରସ୍ତୁତରେ ଅଲିଭ ଅଏଲ ବା ​‌କେନୋଲା ଅଏଲ ବ୍ୟବହାର କରନ୍ତୁ ।

ଋତୁ ଅନୁଯାୟୀ ଫଳକୁ ଭୋଜନରେ ସାମିଲ କରନ୍ତୁ ।

Comments are closed.