ଦାଣ୍ଡମୁକୁନ୍ଦପୁରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ପିପିଲି : ‘ବନ୍ଧନ’ ସ୍ୱାସ୍ଥ୍ୟ ସଂସ୍ଥା ପକ୍ଷରୁ ସ୍ଥାନୀୟ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତରେ ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସରପଞ୍ଚ ପରେଶ କୁମାର ମିଶ୍ର, ସମାଜସେବୀ ସନ୍ତୋଷ କୁମାର ମିଶ୍ର, ନାଏବ ସରପଞ୍ଚ ସୁଜାତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବସନ୍ତ ମଞ୍ଜରୀ ଦାଶ, ସମାଜସେବୀ ପ୍ରଦୀପ୍ତ କୁମାର ମିଶ୍ର, ପୂର୍ବତନ ସରପଞ୍ଚ ସତ୍ୟବାଦୀ ମିଶ୍ର ପ୍ରମୁଖ ଯୋଗଦେଇ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ଯୋଗ ଦେଇଥିବା ବେଳେ ‘ବନ୍ଧନ’ ସ୍ୱାସ୍ଥ୍ୟ ସଂସ୍ଥାର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରୀୟତମା ମଲ୍ଲିକ, ସହ-ପରିଚାଳନା ଅଧିକାରୀ ଲକ୍ଷ୍ମୀପ୍ରୀୟା ଜେନା, ସିଉଳି ପରିଆ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ । ଏହି ଅବସରରେ ଏକ ସ୍ୱାସ୍ଥ୍ୟ ସଚେତନତା ଶୋଭାଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା।

Comments are closed.