ଆବୁଧାବିରେ ଆଜିଠାରୁ ବିଶ୍ବ ଉର୍ଜା କ୍ଷେତ୍ରର ଭବିଷ୍ୟତ ସଂକ୍ରାନ୍ତ ୪ ଦିନିଆ ଶିଖର ସମ୍ମିଳନୀ

ଆବୁଧାବି : ଉର୍ଜା କ୍ଷେତ୍ରର ଭବିଷ୍ୟତ ସଂକ୍ରାନ୍ତ ଶିଖର ସମ୍ମିଳନୀ ସୋମବାରଠାରୁ ଆବୁଧାବିରେ ଆରମ୍ଭ ହେଉଛି। ଏଥିରେ ୧୭୦ ଦେଶର ୧୦୦୦ ରୁ ଅଧିକ ପ୍ରତିନିଧି ଓ ୯୦ ବକ୍ତା ଯୋଗଦେବେ। ଏହାଛଡ଼ା ଏହି ସମ୍ମିଳନୀ ଅବସରରେ ୩୩ ହଜାର ୫୦୦ ଲୋକ ବିଭିନ୍ନ ଅଧିବେଶନରେ ଭାଗ ନେବେ ବୋଲି ଆଶା କରାଯାଉଛି ।

ଏହି  ୪ ଦିନିଆ ସମ୍ମିଳନୀରେ ବିକଳ୍ପ ଉର୍ଜା ସଂକ୍ରାନ୍ତ ୮୦୦ ସ୍ୱତନ୍ତ୍ର ପ୍ରତିନିଧି ବିଭିନ୍ନ ପ୍ରକାର ପ୍ରକଳ୍ପ ପ୍ରଦର୍ଶନ କରିବେ। ଏହି
ଶିଖର ସମ୍ମିଳନୀର ମୁଖ୍ୟବାର୍ତ୍ତା ହେଉଛି ବିଶ୍ୱର ଉର୍ଜା ଉପଯୋଗ, ଉତ୍ପାଦନ ଓ ବିନିଯୋଗ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନା, ରୁଆଣ୍ଡା ରାଷ୍ଟ୍ରପତି ପଲ୍‍ କାଗାମେ ଏବଂ ମ୍ୟୁଜିକ୍‍ ଷ୍ଟାର ତଥା ବିଶିଷ୍ଟ ସମାଜସେବୀ ଆକନଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଉଛନ୍ତି।

Comments are closed.