ଆନ୍ତର୍ଜାତୀୟ ଖାଦ୍ୟ ଦିବସ ପାଳିତ

ଚୌଦ୍ୱାର : ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍ ତରଫରୁ ଆନ୍ତର୍ଜାତୀୟ ଖାଦ୍ୟ ଦିବସ ପାଳିତ ହୋଇ ଯାଇଛି । ସଂଗଠନର ସଭାପତି ନରୋତ୍ତମ ଦାସଙ୍କ ନେତୃତ୍ୱରେ ସଦସ୍ୟ ମାନେ ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ଅନ୍ତର୍ଗତ ତ୍ରିନାଥ ପଲ୍ଲୀରେ ଦୂରାରୋଗୀ, ସେମାନଙ୍କ ପରିବାର ବର୍ଗ ଓ ପିଲା ମାନଙ୍କ ସୁଷମ ଖାଦ୍ୟ ବିତରଣ କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ପାଇଁ ଅଞ୍ଚଳରେ ସୁଲଭ ମୂଲ୍ୟରେ ମିଳୁଥିବା ପନି ପରିବା ଖାଇବାକୁ ପରାମର୍ଶ ଦେଇଥିଲେ ।ସଦସ୍ୟ ଦିଲ୍ଲିପ କୁମାର ସାହୁ, କାହ୍ନୁ ଚରଣ ସେଠୀ, ସରୋଜ ସାହୁ, ବିନୋଦ ପ୍ରଧାନ, ଅଭିଷେକ ଲେଙ୍କା, ବିଶ୍ୱଜିତ୍ ଜୀ, ଅବେଶ କମାଲ, ସନ୍ଦୀପ ବଳିୟାରସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.