ମୋହନାରେ ବିଶ୍ୱ ପରିବେଶ ଦିବସ ପାଳିତ

ମୋହନା: ମୋହନା ବ୍ଳକ ଅଡବା ପଂଚାୟତ ଅନ୍ତର୍ଗତ ଭାଲିଆଗୁଡା ଗ୍ରାମଠାରେ ବୁଧବାର ବିଶ୍ୱ ପରିବେଶ ଦିବସ ମୋହନା ବନଖଣ୍ଡ କାର୍ଯାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଲୋକମାନଙ୍କୁ ବୃକ୍ଷ ଓ ପରିବେଶ ସମ୍ପର୍କରେ ସଚେତନତା କରାଇବା ଏହାର ମୂୂଳ ଉଦ୍ଦେଶ୍ୟ ନେଇ ଏହି ଦିବସର ବାର୍ତ୍ତା ପ୍ରଦାନ କରାଯାଇଥିଲ। ଭାଲିଆଗୁଡା ବିଦ୍ୟାଳୟରେ ୫୦ କିସମର ବିଭିନ୍ନ ଚାରା ରୋପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୋହନା ରେଞ୍ଜର ତାରାକାନ୍ତ ଉଦଗାତା, ଫରେଷ୍ଟର ଦେବାଶିଷ ସତପଥି ଓ ଅଡବା ସରପଂ ପ୍ରଦୀପ ଦଳବେହେରାଙ୍କ ସମେତ ବହୁ ସାଧାରଣ ଲୋକ ଓ କାର୍ଯ୍ୟାଳୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Comments are closed.