ବାଙ୍କୀରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ବାଙ୍କୀ : ବାଙ୍କୀରେ ବିଶ୍ୱ ଭିନ୍ନକ୍ଷମ ଦିବସ-୨୦୨୧ ଶୁକ୍ରବାର ଦିନ ପାଳିତ ହୋଇଯାଇଛି। ବାଙ୍କୀ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯର୍୍ୟାଳୟ ଅଧିନ ଶିଶୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଦିବସ ପାଳନ ଅବସରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ଦକ୍ଷତା ପ୍ରତିଯୋଗିତା ଓ ସାଧାରଣ ସଚେତନତା ସଭା ସହିତ ଆବଶ୍ୟକ ଉପକରଣ ବଂଟନ କରାଯାଇଛି। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ତ୍ରିଲୋଚନ ରାଉତ, ସମ୍ମାନିତ ଅତିଥି ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀ, ମଣ୍ଡଳ ସାଧନ ସଞ୍ଜୋଜକ ଗଦାଧର ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ମାନେ ସାଧାରଣ ଜୀବନରେ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏହି ଦିବସର ଅନୁଚିନ୍ତା ପ୍ରଦାନ ସହିତ ଦିବ୍ୟାଙ୍ଗ ଇଶ୍ୱରଙ୍କ ଅନବଦ୍ୟ ଦାନ ବୋଲି ମତ ପ୍ରକାଶ କରିଥିଲେ। ଏଥିପାଇଁ ସେମାନଙ୍କୁ ସମାଜର ପ୍ରତି ସ୍ତରରେ ସମ୍ମାନ ଓ ବଢିବା ପାଇଁ ସହଯୋଗ ଏକ ବଳିଷ୍ଠ ଆହ୍ୱାନ ବୋଲି ବକ୍ତବ୍ୟ ରଖିଥିଲେ। ସିଆରସିସି ବଳରାମ ପାଇକରାୟଙ୍କ ସଞ୍ଜୋଜନାରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା। ବିଆରପି ଲିମା ମହାପାତ୍ର ଏବଂ ଜ୍ୟୋର୍ତିମୟୀ ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୩୫ରୁ ଅଧିକ ଦିବ୍ୟାଙ୍ଗ ଏବଂ ଦିବ୍ୟାଙ୍କ ଶିଶୁଙ୍କ ପିତାମାତା ଯୋଗଦାନ କରଥିଲେ। ଅନ୍ତଃର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ମହେଶ୍ୱର ଦଳେଇ, ମନୋରଞ୍ଜନ ସାହୁ, କାମିନି କୁମାର ସ୍ୱାଇଁ, ନିରଞ୍ଜନ ମହାଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଆଜି ମଧ୍ୟ ବାଙ୍କୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ବ୍ରହ୍ମପୁରା ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି।

Comments are closed.