ବିଶ୍ୱ ଡେଙ୍ଗୁ ଦିବସ ପାଳିତ

ମୋହନା : ସ୍ଥାନୀୟ  ବିରିକୋଟ ଗ୍ରାମ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ-୧୯ର ନିୟମ ଅନୁସାରେ ବିଶ୍ଵ ଡେଙ୍ଗୁ ଦିବସ ପାଳନ ହୋଇଯାଇଛି। ଏହି ଦିବସରେ ଉପସ୍ଥିତ ଅତିଥିମାନଙ୍କୁ ଚିକିସ୍ଥା ଅଧିକାରୀ ଡ଼.ପ୍ରଶାନ୍ତ କୁମାର ସାହୁ ଡେଙ୍ଗୁର ଲକ୍ଷଣ, ଡେଙ୍ଗୁ କିପରି ବ୍ୟାପେ , ପରିବେଶକୁ କିପରି ପରିଷ୍କାର ପରିଚ୍ଛନ୍ନ ରଖିବା, ଡେଙ୍ଗୁ ନ ବ୍ୟାପିବା ପାଇଁ ଜଣ ପଦକ୍ଷେପ ନେବା, ଡେଙ୍ଗୁ ଠାରୁ କିଭଳି ଦୂରେଇ ରହିବା ଆଦି ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଫର୍ମାଶିଷ୍ଟ ରତ୍ନାକର ପାତ୍ର, ଏଏନ୍ଏମ୍ ଯାଜ୍ଞସେନୀ ବସ୍ତ୍ର ରାୟ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.