ବିଶ୍ୱ କପ୍‌ କ୍ରିକେଟ.- ବର୍ଷା ଯୋଗୁଁ ଭାରତ -ନ୍ୟୁଜିଲାଣ୍ଡ ଦିନିକିଆ ବାତିଲ୍‌

ଟେଣ୍ଟବ୍ରିଜ : ବର୍ଷା ଯୋଗୁଁ ଭାରତ -ନ୍ୟୁଜିଲାଣ୍ଡ ଦିନିକିଆ ବାତିଲ୍‌ କରାଯାଇଛି । ଚଳିତ ବିଶ୍ୱକପ୍‌ରେ ବର୍ଷା ପୁଣି ଖେଳରେ ବାଧକ ସାଜିଛି । ଲଗାଣ ବର୍ଷା ଯୋଗୁଁ ଦିନିକିଆ ଖେଳାଯିବା ସମ୍ଭବ ହୋଇ ପାରି ନଥିଲା । ରେଫରୀ ରଞ୍ଜନ ମୁଦଗଲ ୪ ଥର ପଡିଆକୁ ଯାଞ୍ଚ କରିବା ପରେ ମ୍ୟାଚକୁ ବାତିଲ କରିଥିଲେ । ବାତିଲପରେ ଭାରତ ଓ ନ୍ୟୁଜିଲାଣ୍ଡକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି ।

ନ୍ୟୁଜିଲାଣ୍ଡ ୭ ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ଭାରତ ୫ ପଏଣ୍ଟ ସହ ତୃତୀୟସ୍ଥାନରେ ରହିଛି । ବର୍ଷା ଯୋଗୁଁ ବିଶ୍ୱକପ୍‌ରେ ତିନୋଟି ମ୍ୟାଚ ବାତିଲ ହେଲାଣି ।

Comments are closed.