ହକି ବିଶ୍ୱକପ୍‍ ଓ ନେଦରଲାଣ୍ଡ୍‍ସର ଆଧିପତ୍ୟ

0

ଭୁବନେଶ୍ୱର : ହକି ମହାକୁମ୍ଭ ପୁରୁଷ ହକି ବିଶ୍ୱକପ୍‍ର ୧୪ଶ ସଂସ୍କରଣ ଚଳିତ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡ଼ିକ ମଧ୍ୟରୁ ନେଦରଲାଣ୍ଡ୍‍ସ ଅନ୍ୟତମ। ୟୁରୋପୀୟ ରାଷ୍ଟ୍ର ନେଦରଲାଣ୍ଡ୍‍ସର ହକି ବିଶ୍ୱକପ୍‍ ଇତିହାସକୁ ନେଇ ଏହି ଉପସ୍ଥାପନା।
ନେଦରଲାଣ୍ଡ୍‍ସ ହକି ବିଶ୍ୱକପର ଅନ୍ୟତମ ଟାଇଟଲ ଫେଭରିଟ୍‍। ଏପର୍ଯ୍ୟନ୍ତ ଖେଳା ଯାଇଥିବା ୧୩ଟି ସଂସ୍କରଣ ମଧ୍ୟରେ ନେଦରଲାଣ୍ଡ୍‍ସ ସମସ୍ତ ସଂସ୍କରଣରେ ପ୍ରତିନିଧିତ୍ୱ କରିଛି। ଏଥିମଧ୍ୟରେ ୫ଥର ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ୩ଥର ଚମ୍ପିଆନ ଓ ୨ ଥର ରନର୍ସଅପ ହୋଇଛି। ୧୯୭୧ ସ୍ପେନରେ ଖେଳା ଯାଇଥିବା ପ୍ରଥମ ସଂସ୍କରଣରେ ନେଦରଲାଣ୍ଡ୍‍ସ ୬ଷ୍ଠ, ୧୯୭୩ ୨ୟ ସଂସ୍କରଣରେ ନେଦରଲାଣ୍ଡ୍‍ସ ଆୟୋଜକ ଦଳ ଭାବେ ଅଂଶଗ୍ରହଣ କରି ପ୍ରଥମ ବିଶ୍ୱକପ ଟାଇଟଲ ହାସଲ କରିଥିଲା। ୧୯୭୫ରେ ମାଲେସିଆରେ ଖେଳା ଯାଇଥିବା ୩ୟ ସଂସ୍କରଣରେ ୯ମ, ୧୯୭୮ରେ ଆର୍ଜେଣ୍ଟିନାରେ ଖେଳା ଯାଇଥିବା ୪ର୍ଥ ସଂସ୍କରଣରେ ରନର୍ସଅପ, ୧୯୮୨ରେ ଭାରତର ମୁମ୍ବଇରେ ଖେଳା ଯାଇଥିବା ୫ମ ସଂସ୍କରଣରେ ୪ର୍ଥ, ୧୯୮୬ରେ ଇଂଲଣ୍ଡରେ ଖେଳା ଯାଇଥିବା ୬ଷ୍ଠ ସଂସ୍କରଣରେ ୭ମ, ୧୯୯୦ରେ ପାକିସ୍ତାନର ଲାହୋରରେ ଖେଳା ଯାଇଥିବା ୭ମ ସଂସ୍କରଣରେ ୨ୟ ଟାଇଟଲ ହାସଲ କରିଥିଲା ନେଦରଲାଣ୍ଡ୍‍ସ। ୧୯୯୪ରେ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ୮ମ ସଂସ୍କରଣରେ ରନର୍ସଅପ, ୧୯୯୮ରେ ୯ମ ସଂସ୍କରଣରେ ଆୟୋଜକ ଦେଶ ଭାବେ ନେଦରଲାଣ୍ଡ୍‍ସ ୩ୟ ବିଶ୍ୱକପ ଟ୍ରଫି ହାସଲ କରିଥିଲା। ୨୦୦୨ରେ ମାଲେସିଆରେ ଖେଳା ଯାଇଥିବା ୧୦ମ ସଂସ୍କରଣରେ ୩ୟ, ୨୦୦୬ରେ ଜର୍ମାନୀରେ ଖେଳା ଯାଇଥିବା ୧୧ଶ ସଂସ୍କରଣରେ ୭ମ, ୨୦୧୦ରେ ନୂଆଦିଲ୍ଲୀରେ ଖେଳା ଯାଇଥିବା ୧୨ଶ ସଂସ୍କରଣରେ ୩ୟ ଓ ୨୦୧୪ରେ ଆୟୋଜକ ଦେଶ ଭାବେ ଖେଳି ରନର୍ସଅପ ହୋଇଥିଲା। ୩ଥର ବିଶ୍ୱକପ ଟାଇଟଲ ହାସଲ କରିଥିବା ନେଦରଲାଣ୍ଡ୍‍ସ ଭୁବନେଶ୍ୱରରେ ୪ର୍ଥ ଟାଇଟଲ ହାସଲ ନେଇ ଲକ୍ଷ୍ୟରଖିଛି।

Leave A Reply