ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ

ଟ୍ରେଣ୍ଟ୍‌ବ୍ରିଜ୍ : ଚଳିତ ବିଶ୍ବକପ୍‌ରେ ଗୁରୁବାର ଦୁଇ ପୂର୍ବତନ ଚମ୍ପିଆନ୍ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ୱେଷ୍ଟଇଣ୍ଡିଜ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ତେବେ ବ୍ୟାଟିଂ ଆରମ୍ଭ କରି ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ନିୟମିତ ବ୍ୟବଧାନରେ ଦଳ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଅଷ୍ଟ୍ରେଲିଆ ୨୧ ଓଭରରେ ୫ ୱିକେଟ ହରାଇ ୮୫ ରନ୍ ସଂଗ୍ରହ କରିଛି।

ଦଳ ପକ୍ଷରୁ ୱାରନର ୩,ଫିଞ୍ଚ ୬ ଓ ମ୍ୟାକ୍ସୱେଲ ବିନା କୌଣସି ରନରେ ଆଉଟ ହୋଇଛନ୍ତି। ସେହିପରି ଖ୍ବାଜା ୧୩ ରନ କରିଧିବା ବେଳେ ଷ୍ଟୋନିସ ୧୯ ରନ କରି ଆଉଟ ହୋଇଛନ୍ତି।

ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ସାରିଛନ୍ତି। ତେଣୁ କ୍ରମାଗତ ୨ୟ ବିଜୟ ହାସଲ କରିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ପଡ଼ିଆକୁ ଓହ୍ଲାଇଛନ୍ତି । ଅଷ୍ଟ୍ରେଲିଆ ଏସୀୟ ଦଳ ଆଫ୍‌ଗାନିସ୍ତାନକୁ ସହଜରେ ପରାସ୍ତ କରିଥିଲେ ହେଁ ଏହାର ବୋଲିଂ ଆକ୍ରମଣ ବିପକ୍ଷରେ ଆଫ୍‌ଗାନିସ୍ତାନ ୨ ଶହରୁ ଅଧିକ ରନ୍ ସ୍କୋର୍‌କରି ପ୍ରମାଣିତ କରିଛି ଯେ ଅଷ୍ଟ୍ରେଲିଆର ବୋଲିଂ ସେପରି ଶାଣିତ ନୁହେଁ । ଦୟନୀୟ ବ୍ୟାଟିଂ କରିଥିବା ପାକିସ୍ତାନକୁ ମାତ୍ର ୧୦୫ ରନ୍‌ରେ ପରାସ୍ତ କରିଥିବା ୱେଷ୍ଟଇଣ୍ଡିଜ୍ ଫାଷ୍ଟବୋଲରଙ୍କ ପ୍ରକୃତ ପରୀକ୍ଷା ଶକ୍ତିଶାଳୀ ଅଷ୍ଟ୍ରେଲିଆର ବ୍ୟାଟିଂ ବିରୋଧରେ ହୋଇଛି। ୱେଷ୍ଟଇଣ୍ଡିଜ୍ ଫାଷ୍ଟବୋଲର ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନକୁ ଧ୍ବସ୍ତ କରିଦେଇଛନ୍ତି।
ବିଶ୍ବକପ୍ ଇତିହାସରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ଦୁଇ ସଫଳ ଦଳ। ପ୍ରଥମ ୨ଟି ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜ୍ ଚମ୍ପିଆନ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ସର୍ବାଧିକ ୫ ଥର ବିଶ୍ବକପ୍ ଜିତିପାରିଛି । ଅଷ୍ଟ୍ରେଲିଆ ଦଳକୁ ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣର ଫେରିବା ପରେ ଏହି ଦଳର ଶକ୍ତିବୃଦ୍ଧି ହୋଇଛି।

Comments are closed.