ଅଷ୍ଟ୍ରେଲିଆ ପାଇଁ ୩୫୩ ରନର ବିଜୟ ଲକ୍ଷ୍ୟ

ଲଣ୍ଡନ: କ୍ରିକେଟ ବିଶ୍ଵକପ-୨୦୧୯ରେ ରବିବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜୋରଦାର ମୁକାବିଲା ଚାଲିଛି। ପ୍ରଥମେ ବ୍ୟାଟିଂ କରି ଭାରତ, ଅଷ୍ଟ୍ରେଲିଆ ପାଇଁ ୩୫୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୫୨ ରନ ସଂଗ୍ରହ କରିଛି । ରୋହିତ ଶର୍ମାଙ୍କ ୫୭, ଶିଖର ଧାୱନଙ୍କ ଦମଦାର ୧୧୭, କୋହଲିଙ୍କ ଗୁରତ୍ବପୂର୍ଣ୍ଣ ୮୨ ରନ୍, ହାର୍ଦିକ ପାଣ୍ଡ୍ୟାଙ୍କ ଦ୍ରୁତ ୪୮ରନ୍ ଏବଂ ଶେଷ ଭାଗରେ ଧୋନୀଙ୍କ ୨୭ ଓ କେଏଲ ରାହୁଲଙ୍କ ୧୧ ରନ ବଳରେ ଭାରତ ଏହି ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଛି ।

ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ ୨ଟି ମ୍ୟାଚ ଖେଳି ୨ଟି ଯାକ ଜିତି ୪ ପଏଣ୍ଟ ସହ ପଏଣ୍ଟ ତାଲିକାର ୩ୟ ସ୍ଥାନରେ ରହିଛି।

Comments are closed.