ବିଶ୍ୱକପ ୨୦୧୯- ପାକିସ୍ତାନକୁ ହରାଇଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ : ବିଶ୍ୱକପର ଦିତ୍ୱୀୟ ମ୍ୟାଚରେ ପାକିସ୍ତାନକୁ ହରାଇ ୱେଷ୍ଟଇଣ୍ଡିଜ ନିଜର ବିଜୟଧାରା ଆରମ୍ଭ କରିଛି। ୱେଷ୍ଟଇଣ୍ଡିଜ ବିସ୍ପୋରକ ବ୍ୟାଟ୍ସମାନ କ୍ରିସ ଗେଲଙ୍କ ଅର୍ଦ୍ଧଶତକ ହାସଲ କରିବା ସହ ଟିମର ପ୍ରଭାବଶାଳୀ ବୋଲିଂ ଫଳରେ ଏହି ବିଜୟ ହାସଲ ହୋଇଛି।
ନଟିଂହାମର ଟ୍ରେଣ୍ଟବ୍ରିଜରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ୨୧.୪ ଓଭରରେ ସମସ୍ତ ୱିକେଟ ହରାଇ ବ୍ୟାଟିଂ କରି ୧୦୫ ରନ କରିଥିଲା।

Comments are closed.