ବିଶ୍ବରେ ୮ ଲକ୍ଷ ୧୨ ହଜାର ୧୫୯ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି। ବର୍ତ୍ତମାନ ସୁଦ୍ଧା ବିଶ୍ବର ମୋଟ ୨୧୩ଟି ଦେଶକୁ ମହାମାରୀ କରୋନା କବଳିତ କରିସାରିଛି। ସମଗ୍ର ବିଶ୍ବରେ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବର୍ତ୍ତମାନ ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୧୨ ହଜାର ୧୫୯ରେ ପହଞ୍ଚିଛି। ଏହାସହିତ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୩୫ ଲକ୍ଷ ୭୬ ହଜାର ୭୭୯କୁ ବୃଦ୍ଧି ପାଇଛି। ସେହିଭଳି ସାରା ବିଶ୍ବରେ କରୋନା ସଂକ୍ରମଣରୁ ଏପର୍ଯ୍ୟନ୍ତ ୧ କୋଟି ୬୦ ଲକ୍ଷ ୭୨ ହଜାର ୪୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି।