ତାଲୁକ ସେବା କମିଟିର ଶିଶୁ ଶ୍ରମିକ ନିରୋଧି ଦିବସ ପାଳିତ

ଟିଟିଲାଗଡ଼: ବିଶ୍ୱ ଶିଶୁ ଶ୍ରମିକ ନିରୋଧି ଦିବସ ଅବସରରେ ତାଲୁକ ଆଇନ ସେବା କମିଟି, ଟିଟିଲାଗଡଙ୍କ ପକ୍ଷରୁ ଜଗୁଆ ପଂଚାୟତ କାର୍ଯ୍ୟାଳୟର ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରା ଏବଂ ସେସନ ଜଜ ରାଜେଶ ନାୟାର, ଏସଡିଜେଏମ ଏସ. ପରମଗୁରୁ, ଉପ ଜିଲ୍ଲାପାଳ ସୁଧାକର ନାୟକ, ସଦସ୍ୟ ଉତମା ନାୟକ, ଆରପିଓ କେଏସ ସାହୁ ପ୍ରମୁଖ ଯୋଗଦେଇ ଶିଶୁଙ୍କ ଉତଥାନ ପାଇଁ ସମସ୍ତ ବର୍ଗ ସଚେତନ ହେବା ପାଇଁ ପରାମର୍ଶ ସହ ଚାଇଲ୍ଡ ପ୍ରୋେଟେକ୍ସନ ଆକ୍ଟ ଏବଂ ଚାଇଲ୍ଡ ୱେଲଫେୟାର ସିଡ୍ୟୁଲ ସମ୍ବନ୍ଧରେ ଅବତାରଣା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ସୁଦାମ ମାଝୀ, ସମିତି ସଭ୍ୟ କଦମ ଠେଲା, ଆଇନଜୀବୀ ପିକେ ବିଶି, ବିବି ରଣା, ରୁପେଶ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଲନାରେ ଟିଏଲଏସସି ଷ୍ଟାଫ ଜେ. ଛତ୍ରିଆ, କେସି. ଦାଶ ପ୍ରମୁଖ ସହଯୋଗ କରିଥିଲେ।

Comments are closed.