ଜୋସୁଆ ବିଶ୍ୱ ହେଭିୱେଟ ବକ୍ସିଂ ଚମ୍ପିଆନ

0

ଲଣ୍ଡନ : ବ୍ରିଟେନ ବକ୍ସର ଆନ୍ଥୋନୀ ଜୋସୁଆ ବିଶ୍ୱ ହେଭିୱେଟ୍‍ ବକ୍ସିଂ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ଶନିବାର ୱିମ୍ବଲେରେ ଆୟୋଜିତ ଏହି ମୁକାବିଲାରେ ଜୋସୁଆ ରୁଷିଆର ଆଲେକ୍‍ଜାଣ୍ଡାର ପୋଭେତ୍‍କିନ୍‍ଙ୍କୁ ପରାସ୍ତ କରିଛନ୍ତି। ସପ୍ତମ ରାଉଣ୍ଡରେ (୧ ମିନିଟ ୫୯ ସେକେଣ୍ଡ) ଜୋସୁଆଙ୍କ ଶକ୍ତିଶାଳୀ ମୁଥରେ ପୋଭେତ୍‍କିନ ଧରାଶାୟୀ ହେବାପରେ ରେଫେରୀ ମୁକାବିଲାକୁ ବନ୍ଦ କରିଦେଇଥିଲେ। ଏହି ବିଜୟ ସହ ଜୋସୁଆ ପେସାଦାର ବକ୍ସିଂ କ୍ୟାରିୟରରେ ୨୨ଟି ମୁକାବିଲାରୁ ୨୨ଟିରେ ବିଜୟୀ ହୋଇଛନ୍ତି। ଏଥିମଧ୍ୟରେ ୨୧ଟି ମୁକାବିଲାରେ ଜୋସୁଆ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନକ୍‍ଆଉଟ ପଦ୍ଧତିରେ ଚିତ୍‍ କରିପାରିଛନ୍ତି। ସୂଚନାଯୋଗ୍ୟ ୨୮ ବର୍ଷୀୟ ଜୋସୁଆ ୨୦୧୨ ଲଣ୍ଡନ ଅଲିମ୍ପିକ୍‍ସର ସୁପର ହେଭିୱେଟ ବର୍ଗରେ ସ୍ୱର୍ଣ୍ଣପଦକ ଜିତିଥିଲେ।

Leave A Reply