ରୁଷ-ୟୁକ୍ରେନ୍ ଯୁଦ୍ଧକୁ ଚୀନରେ ଲକ୍ଡାଉନ, ମାନ୍ଦା ହୋଇପାରେ ବିଶ୍ୱ ଅର୍ଥନୀତି

ଡେସ୍କ: ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇପାରେ ବୋଲି ବିଶ୍ୱବ୍ୟାଙ୍କ ମୁଖ୍ୟ ଡାଭିଡ୍ ମାଲ୍ପାସ୍ କହିଛନ୍ତି। ଏହି ଯୁଦ୍ଧ ଯୋଗୁଁ ଖାଦ୍ୟପଦାର୍ଥ, ଶକ୍ତି ଓ ସାରର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଏଭଳି ପରିସ୍ଥିତିକୁ ଏଡାଇ ଦେଇ ହେବନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚୀନରେ ପୁଣି କୋଭିଡ ଯୋଗୁ ଲକ୍ଡାଉନ ପରିସ୍ଥିତି ବିଶ୍ୱ ଅର୍ଥନୈତିକ ମନ୍ଥରତାକୁ ଇନ୍ଧନ ଯୋଗାଉଥିବା ସେ କହିଛନ୍ତି।
ସେ କହିଛନ୍ତି, ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ଜର୍ମାନୀ ଶକ୍ତି ମୂଲ୍ୟ ବୃଦ୍ଧି ଯୋଗୁଁ ସଂକଟର ସମ୍ମୁଖୀନ ହୋଇଥିବା ବେଳେ ସାର, ଖାଦ୍ୟ ଓ ଶକ୍ତିର ଅଭାବ ଯୋଗୁଁ ବିକାଶମୁଖୀ ଦେଶଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ପୂର୍ବରୁ ବିଶ୍ୱବ୍ୟାଙ୍କ ଗତ ମାସରେ ଚଳିତବର୍ଷ ପାଇଁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ହାର କମ୍ ରହିବା ବିଷୟ ଆକଳନ କରିଥିଲା।
Comments are closed.