ମୋଦୀଙ୍କୁ ସାକ୍ଷାତ କଲେ ବିଶ୍ୱ ବ୍ୟାଙ୍କ୍‍ ଗ୍ରୁପ୍‍ ସଭାପତି ଡେଭିଡ୍‍ ମାଲ୍‍ପାସ

ନୂଆଦିଲ୍ଲୀ : ବିଶ୍ୱ ବ୍ୟାଙ୍କ୍‍ ଗ୍ରୁପ୍‍ ସଭାପତି ଡେଭିଡ୍‍ ମାଲ୍‍ପାସ ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଶନିବାର ସନ୍ଧ୍ୟାରେ ନୀତି ଆୟୋଗରେ ଅନୁଷ୍ଠିତ ‘ବିକାଶରେ ଆର୍ଥିକ କ୍ଷେତ୍ରର ଭୂମିକା’ ସଂକ୍ରାନ୍ତ ବକ୍ତୃତା କାର୍ଯ୍ୟକ୍ରମରେ ଡେଭିଡ୍‍ ମାଲ୍‍ପାସ ବକ୍ତବ୍ୟ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରୀ ମାଲପାସଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତାରେ ଯୋଗ ଦେଇଥିଲେ। ଗତ ଏପ୍ରିଲ୍‍ ମାସରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଶ୍ରୀ ପାଲ୍‍ପାସଙ୍କର ଭାରତକୁ ଏହା ପ୍ରଥମ ଗସ୍ତ। ସେ ଭାରତକୁ ଚାରି ଦିନିଆ ଗସ୍ତରେ ଆସିଛନ୍ତି।

Comments are closed.