ଭାରତରେ ୨୦୨୬ ବ୍ୟାଡମିଣ୍ଟନ୍‌ ବିଶ୍ବ ଚମ୍ପିଆନସିପ୍‌

କୁଆଲାଲୁମ୍ପପୁର: ଭାରତରେ ୨୦୨୬ ବ୍ୟାଡମିଣ୍ଟନ୍‌ ବିଶ୍ବ ଚମ୍ପିଆନସିପ୍‌ ଆୟୋଜିତ ହେବ ବୋଲି ମଙ୍ଗଳବାର ଘୋଷଣା କରିଛି ବିଶ୍ବ ବ୍ୟାଡମିଣ୍ଟନ୍‌ ମହାସଂଘ। ଅନ୍ୟପକ୍ଷରେ ୨୦୨୩ରେ ଚୀନ୍‌ ସୁଜହୋରେ ସୁଦିରମ୍ୟାନ୍‌ କପ୍‌ ଫାଇନାଲ୍‌ସ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ବୋଲି ଜଣାପଡ଼ିଛି।

ସୂଚନାଥାଉକି ସୁଜହୋରେ ଚଳିତବର୍ଷ ସୁଦିରମ୍ୟାନ୍‌ କପ୍‌ ଆୟୋଜିତ ହେବାର ଥିଲା। ତେବେ କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟକୁ ଫିନ୍‌ଲାଣ୍ଡର ଭାନ୍‌ଟା ସହରରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ୨୦୨୩ ସୁଦିରମ୍ୟାନ୍‌ କପ୍‌ ଚୀନ୍‌ରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ବ୍ୟାଡମିଣ୍ଟନ୍‌ ବିଶ୍ବ ଚମ୍ପିଆନସିପ୍‌ ଅନ୍ୟତମ ବେଶ୍‌ ସମ୍ମାନଜକ ଟୁର୍ଣ୍ଣାମେଣ୍ଟ। ଏହାର ପ୍ରଥମ ସଂସ୍କରଣ ୧୯୭୭ରେ ଆୟୋଜିତ ହୋଇଥିଲା। ପ୍ରଥମେ ଏହା ପ୍ରତି ୨ ବର୍ଷକୁ ଥରେ ଆୟୋଜିତ ହେଉଥିବା ବେଳେ ୨୦୦୩ରୁ ଟୁର୍ଣ୍ଣାମେଣ୍ଟଟି ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଛି।

Comments are closed.