ବିଶ୍ବ ଏଡ୍‌ସ ଟିକା ଦିବସ

ଭୁବନେଶ୍ୱର: ପ୍ରତି ବର୍ଷ ମେ ୧୮ରେ ବିଶ୍ୱ ଏଡସ୍‌ ଟିକା ଦିବସ, ପାଳନ କରାଯାଏ। ଏହି ଦିନକୁ ଏଚଆଇଭି ଟିକା ସଚେତନତା ଦିବସ ମଧ୍ୟ କୁହାଯାଏ। ଏଚଆଇଭି ସଂକ୍ରମଣ ଏବଂ ଏଡସ୍ ରୋକିବା ପାଇଁ ଟିକା ନିରନ୍ତର ଜରୁରୀ। ୧୯୯୭ ମେ ୧୮ରେ ଆମେରିକାର ମର୍ଗାନ୍ ଷ୍ଟେଟ୍ ବିଶ୍ବବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ତତ୍‌‌କାଳୀନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍ ବିଶ୍ବସ୍ତରରେ ଏହି ଦିବସ ପାଳନ ପାଇଁ ଆହ୍ବାନ ଦେଇଥିଲେ। କ୍ଲିଣ୍ଟନଙ୍କ ଭାଷଣର ବାର୍ଷିକୀ ପାଳନ କରିବା ପାଇଁ ୧୯୯୮ ମେ ୧୮ରେ ପ୍ରଥମଥର ବିଶ୍ୱ ଏଡ୍ ସ ଟିକା ଦିବସ ପାଳନ କରାଯାଇଥିଲା।

Comments are closed.