ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ଏଡସ୍ ଦିବସ ପାଳିତ

ବାଙ୍କୀ : ବିଶ୍ୱ ଏଡସ୍ ଦିବସ ପାଳନ ଅବସରରେ ବୁଧବାର ଦିନ ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁଙ୍କ ତତ୍ୱାବଧାନରେ ବ୍ରହ୍ମପୁରା, ବୈଦେଶ୍ୱର, କଳାପଥର, ବରପୁଟ୍ଟ ପ୍ରମୁଖ ୪ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିଚାଳନାରେ ଏହି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଛି । ସ୍ଥାନୀୟ ଆରୋଗ୍ୟ କେନ୍ଦ୍ରର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନୱାଡି କର୍ମୀ  ସାମିଲ ହୋଇ ଜନସଚେତନତା ବାର୍ତ୍ତା ପ୍ରଚାର ଏବଂ ପଦଯାତ୍ରା କରି ଜନଜାଗରଣ ସୃଷ୍ଟି କରିଛନ୍ତି । ଏଡସ୍ ରୋଗ ନିରାକରଣ ଏବଂ ରୋଗଠାରୁ ଦୂରେଇ ରହିବାର ବିଧି, ରୋଗ ବ୍ୟାପିବାର କାରଣ ସମ୍ପର୍କରେ ଆଲୋକପାତ କରାଯାଇଛି । ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି ।

Comments are closed.