ମର୍ମନ୍ତୁଦ ଦୁର୍ଘଟଣାରେ ବାପା-ପୁଅ ମୃତ

ନୂଆପଡା : ନୂଆପଡା ଲଖନା ଥାନା କୁଶଦହନା ଗାଁ ନିକଟରେ ଗୁରୁବାର ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌‌- ଟ୍ରକ ମୁହାଁମୁହିଁ ଧକ୍କାରେ ୨ ବାଇକ୍‌‌ ଆରେହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପର୍କରେ ବାପା ଓ ପୁଅ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେମାନେ କୋମନା ଥାନା ମିଛାପଲୀ ଗାଁର ବାସିନ୍ଦା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.