ମାଲକାନଗିରିରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ମାଲକାନଗିରି : ଆଜି ସାରା ବିଶ୍ୱରେ ପାଳନ ହେଉଛି ଏଡ୍‌ସ ଦିବସ। ଚଳିତବର୍ଷ ‘ନାକୋ’ ପକ୍ଷରୁ ଥିମ୍‌ ରହିଛି ‘ବିଶ୍ବ ଏକତା ଦାୟିତ୍ବର ସମଭାଗିତା’। ରୋଗଠୁ କିଭଳି ଦୂରେଇ ରହିବା, ସେନେଇ ସଚେତନତା ସୃଷ୍ଟି କରାଯାଇଛି ଆଜି ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ। ଏଡ୍‌ସ ସଚେତନ ରାଲି କରାଯିବା ସହ ବୈଠକ କରାଯାଇଛି। ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ କୁମାର ନନ୍ଦ ଡି.ପିଏଚ ଓ ସନ୍ଧ୍ୟା ରାଣୀ ପଟ୍ଟନାୟକ ଡିଏମଓ ଶଙ୍କର କେଶରୀ ଭଳ ଡି. ପି. ସି ବlବୁଜି ଖରା ଓ ଡ. ଧନୁର୍ଜୟ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ l

ଜିଲ୍ଲାରେ ୨୦୨୦ରେ ମୋଟ ୬ ଜଣ ଏଡ୍‌ସ ରୋଗୀ ଥିବାବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଯୁବଗୋଷ୍ଠୀ। ଚଳିତ ବର୍ଷ ୪୪୮୫ଜଣଙ୍କୁ କାଉନସିଲ କରାଯାଇ ୪୩୧୬ ଜଣଙ୍କୁ ପରୀକ୍ଷା କରାଯାଇଛି। ସେଥିରୁ ମାତ୍ର ୬ ଜଣ ପଯେଟିଭ୍ ବାହାରିଥିବା ଜଣାପଡିଛି l

Comments are closed.