୧୬ ବର୍ଷରୁ କମ୍‍ ବିଶ୍ୱ ସ୍ନୁକର: କୀର୍ତ୍ତନା ଚମ୍ପିଆନ

0

ମୁମ୍ବଇ : ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ୧୬ ବର୍ଷରୁ କମ୍‍ ବିଶ୍ୱ ସ୍ନୁକର ଚମ୍ପିଆନ୍‍ସିପ୍‍ରେ ବାଳିକା ଟାଇଟଲ ଜିତିଛନ୍ତି ଭାରତର କୀର୍ତ୍ତନା ପାଣ୍ଡିଆନ୍‍। ଏହା କୀର୍ତ୍ତନାଙ୍କର ସର୍ବପ୍ରଥମ ଆନ୍ତର୍ଜାତିକ ଟାଇଟଲ। ଫାଇନାଲ ମୁକାବିଲାରେ କୀର୍ତ୍ତନା ୩-୧ ଫ୍ରେମ୍‍ରେ ବେଲାରୁଷର ଆଲ୍‍ବିନା ଲେସ୍‍ଚୁକ୍‍ଙ୍କୁ ପରାସ୍ତ କରିଛନ୍ତି। ଏହି ଚମ୍ପିଆନ୍‍ସିପର ବାଳିକା ବିଭାଗରେ କୀର୍ତ୍ତନାଙ୍କୁ ୪ର୍ଥ ସିଡ୍‍ ମିଳିଥିଲା। ଏଥିରେ କୀର୍ତ୍ତନା ପ୍ରଥମ ରାଉଣ୍ଡରେ ସାଥୀ ଭାରତୀୟ ଖେଳାଳି ମନସ୍ୱିନୀ ଶେଖରଙ୍କୁ ୩-୦ ଫ୍ରେମ୍‍ରେ ପରାସ୍ତ କରିବା ପରେ ୨ୟ ରାଉଣ୍ଡରେ ରୁଷିଆର ଆଲିନା ଖୈରୁଲିନାଙ୍କୁ ୩-୦ ଫ୍ରେମ୍‍ରେ ପରାସ୍ତ କରିଥିଲେ। ସେମିପାଇନାଲରେ ଗତବର୍ଷର ଚମ୍ପିଆନ୍‍ ଭାରତର ଅନୁପମା ରାମଚନ୍ଦ୍ରନ୍‍ଙ୍କୁ ମଧ୍ୟ ୩-୦ ଫ୍ରେମ୍‍ରେ ପରାସ୍ତ କରିଥିଲେ। ଫାଇନାଲରେ କୀର୍ତ୍ତନା ପୂରା ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଫ୍ରେମ୍‍ ହାରିଥିଲେ।

Leave A Reply