ଭୁଲରେ କରନ୍ତୁ ନାହିଁ ଏସବୁ କାର୍ଯ୍ୟ, ମାଡ଼ି ଆସିବ ଦାରିଦ୍ର୍ୟତା

ସାଧାରଣତଃ ସମସ୍ତେ ଚାହାନ୍ତି ଘରେ କେବେହେଲେ ଅର୍ଥାଭାବ ଦେଖା ନ ଦେଉ, ସବୁବେଳେ ଘରେ ଧନ ଓ ଖୁସି ଭରି ରହୁ। ହେଲେ ଆମର କିଛି କାର୍ଯ୍ୟ ଆମକୁ ଦାରିଦ୍ର୍ୟତା ଆଡ଼କୁ ଟାଣିନିଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି କିଛି କାର୍ଯ୍ୟ ଅଛି, ଯାହା କରିବା ଦ୍ୱାରା ଯେତେ ଆୟ କଲେ ମଧ୍ୟ ଘରେ ଅର୍ଥାଭାବ ଲାଗିରହେ। ଏହାସହିତ ପରିବାରରେ ଅଶାନ୍ତିର ବାତାବରଣ ଦେଖାଦିଏ। ତେବେ ଆସନ୍ତୁ ଜାଣିବା କଣ କରିଲେ ଓ ଘରେ କେଉଁ ଜିନିଷ ରଖିଲେ ମଣିଷ ଦରିଦ୍ର ହୋଇଯାଏ ।

– ଘରେ ଭଙ୍ଗା ସାମଗ୍ରୀ ରଖିଲେ ପାଖରେ ଟଙ୍କା ରୁହେ ନାହିଁ ।
– ବୁଢ଼ିଆଣୀ ବସା, ଅଳନ୍ଧୁ ଘରୁ ଝାଡ଼ି ସଫା ନ କଲେ ଋଣ ଭାର ବଢ଼ିଥାଏ ।
– ଖରାପ ବିଦ୍ୟୁତ ତାର ଓ ସାମଗ୍ରୀ ରଖିଲେ ଏହା ଅଶୁଭ ହୋଇଥାଏ।
– ସନ୍ଧ୍ୟା ସମୟରେ ନକରାତ୍ମକ ଚିନ୍ତା କରିଲେ ଅର୍ଥାଭାବ ସମସ୍ୟା ଦେଖା ଦେଇଥାଏ ।
– ଘରର ଏରୁଣ୍ଡି ବନ୍ଧ ଉପରେ ବସିଲେ , ଭୋଜନ ଥାଳିରେ ହାତ ଧୋଇଲେ, ରସୁଣ ଓ ପିଆଜ ଚୋପା ଘରେ ଉଡ଼ିଲେ, ରାତିରେ ଅଇଁଠା ବାସନ ନ ମାଜିଲେ ଦାରିଦ୍ର୍ୟତା ମାଡ଼ିଆସେ।
– ଘରେ ତାଜମହଲ ଓ ବୁଡ଼ି ଯାଉଥିବା ଡଙ୍ଗାର ଫଟୋ ଲଗାଇଲେ ଘରେ କେବେ ଶାନ୍ତି ବଜାୟ ରହି ନ ଥାଏ। ସବୁବେଳେ କଳି ଓ ଝଗଡ଼ା ଲାଗି ରହିଥାଏ ।
– ଚିରା ବସ୍ତ୍ର ପିନ୍ଧିବା ମଧ୍ୟ ଖରାପ ହୋଇଥାଏ ।

Comments are closed.