ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ରିପୋର୍ଟ ଅନୁଯାୟୀ ଅଧିକ ସମୟ କାର୍ଯ୍ୟ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଚାଲିଯାଇପାରେ ଜୀବନ

କାମ ମନୁଷ୍ୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଓ ନିତ୍ୟାନ୍ତ ଆବଶ୍ୟକ ଅଂଶ। ମାତ୍ର ଆପଣ କାମ କିପରି ଓ କେତେ ଘଣ୍ଟା କାମ କରୁଛନ୍ତି ତାହା ଜାଣିବା ନିତ୍ୟାନ୍ତ ଜରୁରୀ। କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସହ ଜଡ଼ିତ। ବର୍ତ୍ତମାନ କରୋନା ମହାମାରୀ ପାଇଁ କାର୍ଯ୍ୟାଳୟରେ ଅଳ୍ପ ସଂଖ୍ୟକ କାମ କରୁଥିବା ବେଳେ ଘରେ ମଧ୍ୟ ଅନେକ ଲୋକେ କାର୍ଯ୍ୟ କରୁଛନ୍ତି। ମାତ୍ର ଯଦି ଆପଣ ଅଧିକ ସମୟ ଯାଏଁ କାର୍ଯ୍ୟ କରୁଛନ୍ତି , ତେବେ ସତର୍କ ହୋଇ ଯାଆନ୍ତୁ। ଏଥିରେ ଜୀବନ ଉପରେ ମଧ୍ୟ ବିପଦ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ରିପୋର୍ଟ ଅନୁଯାୟୀ, ଅଧିକ ରୁ ଅଧିକ ସମୟ କାର୍ଯ୍ୟ କଲେ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେଉଛି।
କରୋନା ମହାମାରୀ ପାଇଁ ଲୋକଙ୍କ ଜୀବନଶୈଳରେ ଅନେକ ପରିବର୍ତ୍ତନ ଘଟିଛି। ଖାଦ୍ୟପେୟ ଠାରୁ ଆରମ୍ଭ କରି , ସାଙ୍ଗସାଥୀ, ବାହାରକୁ ଯିବା ଆସିବା, କାମରେ ଅନେକ ପରିବର୍ତ୍ତନ ହୋଇଛି।
ଦୀର୍ଘ ସମୟ ଧରି କାମ କରିବା ଦ୍ୱାରା ପୂର୍ବରୁ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହା ହଜାର ହଜାରକୁ ବୃଦ୍ଧି ହୋଇପାରେ।
ଦୁଇ ଦଶନ୍ଧିରେ ମୃତ୍ୟୁ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି। ‘ଦୀର୍ଘ କାର୍ଯ୍ୟ ଜୀବନ ଉପରେ ପ୍ରଭାବ’ ଏନେଇ ପରିବେଶ ଆନ୍ତଃର୍ଜାତୀୟ ଜର୍ଣ୍ଣାଲରେ ପ୍ରଥମ ଅଧ୍ୟୟନ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ୨୦୧୬ ମସିହାରେ ଦୀର୍ଘ ସମୟ କାର୍ଯ୍ୟ କରିବା ଦ୍ୱାରା ଷ୍ଟ୍ରୋକ , ହୃଦଘାତରେ ସାରା ବିଶ୍ୱରେ ପ୍ରାୟ ୭.୪୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୦୦୦ ମସିହା ତୁଳନାରେ ଏହି ସଂଖ୍ୟା ପ୍ରାୟ ୩୦ ପ୍ରତିଶତ ଅଧିକ ଥିଲା।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରିବଶେ, ଜଳବାୟୁ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ସପ୍ତାହରେ ୫୫ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବିଶେଷ କରି ଯେଉଁ ଶ୍ରମିକମାନେ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଏଭଳି ରିପର୍ଟେ ସହ ଜୀବନ ବଞ୍ଚାଇବାକୁ ଏହା ପ୍ରସ୍ତୁତ ହୋଇଛି।
ସଙ୍ଗଠନ ମୁଖ୍ୟ ଓ ଅନ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ଏବେ କରୋନା ମହାମାରୀ ସମୟରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ୯ ପ୍ରତିଶତ ବୃଦ୍ଧି ପାଇଛି। ଏହା ସୁଧାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Comments are closed.