ନାଇଟ୍ ସିଫ୍ଟରେ କାମ କରୁଛନ୍ତି କି ? ସାବଧାନ୍

ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନ ହେବା ସହ କାମ କରିବାର ତରିକା ମଧ୍ୟ ବଦଳିଛି । ପୂର୍ବରୁ ଆମେ ଦିନରେ କାମ କରୁଥିଲେ ଏବଂ ରାତିରେ ଆରାମ କରୁଥିଲେ । କିନ୍ତୁ ଏବେ ରାତିରେ କାର୍ଯ୍ୟାଳୟରେ କାମ କରିବାକୁ ପଡୁଛି । କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ । ଆଇଟି, ମିଡିଆ, ବିପିଓ, ଫ୍ୟାଶନ ହାଉସ, ଆମଦାନୀ ଓ ରପ୍ତାନି ଆଦି କ୍ଷେତ୍ରରେ କର୍ମଚାରୀମାନେ ରାତିରେ କାମ କରିଥାନ୍ତି ।

ଏକ ଅଧ୍ୟୟନରୁ ଜଣାପଡିଛି ରାତିରେ କାମ କରୁଥିବା ଲୋକଙ୍କୁ ହୃଦଘାତ ଓ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ । ଏହା ସହ ରାତି ଅନିଦ୍ରାର ସବୁଠାରୁ ଖରାପ ପ୍ରଭାବ ପାଚନତନ୍ତ୍ର ଉପରେ ପଡିଥାଏ । କାରଣ ଯେଉଁ ସମୟରେ ପାଚନତନ୍ତ୍ରକୁ ବିଶ୍ରାମ ଆବଶ୍ୟକ ହୋଇଥାଏ ସେହି ସମୟରେ ରାତିରେ କାମ କରୁଥିବା ଲୋକ ଖାଦ୍ୟ ଖାଇଥାନ୍ତି ବା ବସିକି କାମ କରୁଥାନ୍ତି । ଏହା ଦ୍ବାରା ମୋଟାପଣ ଓ ମଧୁମେହ ରୋଗ ହେବାର ଅନେକାଂଶରେ ବଢିଯାଇଥାଏ ।

ରାତିରେ କାମ କରୁଥିବା ଲୋକଙ୍କ ମସ୍ତିଷ୍କକୁ ପ୍ରର୍ଯ୍ୟାପ୍ତ ପରିମାଣରେ ଆରମ ମିଳିନଥାଏ । ଯାହା ଫଳରେ ଆଗାମୀ ଦିନ​‌ରେ ବ୍ରେନ୍ ଷ୍ଟ୍ରୋକ ଭଳି ସମସ୍ୟା ଦେଖିବାକୁ ମିଳେ । ଯଦି ଆପଣ ୫ ବର୍ଷ ବା ତାଠାରୁ ଅଧିକ ସମୟ ରାତିର କାମ କରୁଛନ୍ତି ତେବେ ଆପଣଙ୍କ ମସ୍ତିଷ୍କ ରାତିରେ କାମ କରୁନଥିବା ଲୋକଙ୍କ ତୁଳନାରେ ୬.୫ ବର୍ଷ ଅଧିକ ବୃଦ୍ଧ ହୋଇଯିବ । ଏହା ଦ୍ବାରା ଆପଣଙ୍କ ଚିନ୍ତା କରିବା ଓ ବୁଝିବା ଶକ୍ତି ଦୁର୍ବଳ ହୋଇଯିବ । ଏହା ସହ ସ୍ମରଣ ଶକ୍ତି ଦୁର୍ବଳ ଭଳି ସମସ୍ୟା ଦେଖା ଦେବ ।

ରାତିରେ କାମ କରୁଥିବା ଲୋକଙ୍କ ପାଇଁ ଟିପ୍ସ

-ଯଦି ଆପଣ ରାତିରେ କାମ କରୁଛନ୍ତି ତେବେ ଦିନରେ ଶୋଇବା ସମୟରେ ଘରଟିକୁ ଅନ୍ଧାର ରଖନ୍ତୁ ।
-ଦିନରେ ଶୋଇବା ପାଇଁ ଶାନ୍ତ ପରିବେଶକୁ ବାଛନ୍ତୁ ।
-ରାତିରେ କାମ କରିବାକୁ ଯିବା ପୂର୍ବରୁ ଏକ ଘଣ୍ଟା ଶୁଅନ୍ତୁ ।
-ରାତିରେ କାମ କରିବା ସମୟରେ ଚକୋଲେଟ ଓ ଜଙ୍କଫୁଡ ବଦଳରେ ସାଲାଟ୍ ବା ଫଳ ସେବନ କରନ୍ତୁ ।
– ରାତିରେ କାମ କରିବା ସମୟରେ ଚା ଓ କଫି ପିଅନ୍ତୁ ନାହିଁ।
-ଡ୍ୟୁଟି ଶେଷ ହେବା ପରେ ଘର ପହଞ୍ଚି ଖାଲି ପେଟରେ ଶୁଅନ୍ତୁ ନାହିଁ । ହାଲୁକା ଖାଦ୍ୟ ଖାଇକି ଶୁଅନ୍ତୁ ।
-ନିଦ ନ ଆସିଲେ ଆଲକୋହଲ ବା ଔଷଧ ଖାଆନ୍ତୁ ନାହିଁ ।

Comments are closed.