ରାଜ୍ୟରେ ଆଇପି ସଂସ୍କୃତିକୁ ପ୍ରୋତ୍ସାହନ ଉପରେ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ଏସଟିପିଆଇ ଭୁବନେଶ୍ୱର ପକ୍ଷରୁ ‘ରାଜ୍ୟରେ ଆଇପି ସଂସ୍କୃତିକୁ ପ୍ରୋତ୍ସାହିତ କରିବା’ ଉପରେ ମିଳିତ ଭାବରେ ଏକ କର୍ମଶାଳା ଏସଟିପିଆଇ ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତ ସରକାର, ଓଡ଼ିଶା ସରକାର, ଶିକ୍ଷାଭିତ୍ତିକ ଏବଂ ଗବେଷଣା, ଶିଳ୍ପ, ଭୁବନେଶ୍ୱର ଗୋଠପାଟଣାସ୍ଥିତ ଏସଟିପିଆଇ ଏଲିଟ ଫାସିଲିଟି ଠାରେ ଥିବା ରାଜ୍ୟର ଷ୍ଟାର୍ଟଅପ୍‍ଗୁଡିକରୁ ଶତାଧିକ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ ।
ଆଇପିଆର ପରିଚାଳନା ନିୟମାବଳୀ ଆନୁଷ୍ଠାନିକ ଭାବରେ ଉନ୍ମୋଚନ କରିବା ପୂର୍ବରୁ କ୍ଷେତ୍ର ପ୍ରସ୍ତୁତ କରିବାକୁ ‘ଓଡ଼ିଶାରେ ଆଇପିଆର ଦୃଶ୍ୟପଟ୍ଟ ଏବଂ ପରିବ୍ୟବସ୍ଥା ସମ୍ପର୍କରେ ସୂଚନା’ ଶୀର୍ଷକରେ ଏକ ଅଧିବେଶନ ଆୟୋଜନ କରାଯାଇଥିଲା ଏବଂ ତାହା ପରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦ୍‍ଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏସଟିପିଆଇ, ଓଡ଼ିଶାର ଡାଇରେକ୍ଟର ମାନସ ରଂଜନ ପଣ୍ଡା ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶା ସରକାରଙ୍କ ଏମଏସ୍‍ଏମଇ ବିଭାଗର ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ ଓଡ଼ିଶାରେ ଷ୍ଟାର୍ଟଅପ ପରିବ୍ୟବସ୍ଥା ସମ୍ପର୍କରେ ପ୍ରକାଶ କରିଥିଲେ । ଏମ/ଏସ ଲେକ୍ସ ପ୍ରୋଟେକ୍ସର୍ସର ପରିଚାଳନା ଅଂଶୀଦାର ଅରବିନ୍ଦ ପଣ୍ଡା ଆଦ୍ୟ ପର୍ଯ୍ୟାୟର ନବସୃଜନକାରୀ ଏବଂ ଷ୍ଟାର୍ଟଅପଗୁଡିକ ପାଇଁ ଆଇପି ସୁରକ୍ଷା ଉପରେ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିସହିତ ଏସଟିପିଆଇ-ମୁଖ୍ୟ ଦପ୍ତରର ଡାଇରେକ୍ଟର ସୁବୋଧ ସାଚାନ ଏସଟିପିଆଇ ଇଲେକ୍‍ଟ୍ରୋପ୍ରିନ୍ୟୋର ପାର୍କ ଭୁବନେଶ୍ୱରର ଷ୍ଟାର୍ଟଅପ୍‍ସମୂହ ଏବଂ ଏସଟିପିଆଇନେକ୍ସଟ ପ୍ରୟାସ ଅଧୀନରେ ଅନ୍ୟ ସେଣ୍ଟର ଅଫ ଏଣ୍ଟରପ୍ରିନ୍ୟୋରସିପ୍‍ର ଷ୍ଟାର୍ଟଅପ୍‍ସମୂହ ଦ୍ୱାରା ଦାଖଲ କରାଯାଇଥିବା ପାଟେଣ୍ଟ ସମ୍ପର୍କରେ ପ୍ରକାଶ କରିଥିଲେ । ବିର୍ଲା ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର ପି ପି ମାଥୁର ଅର୍ଥପୂର୍ଣ୍ଣ ଆଇପି ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟେକଙ୍କୁ ଉତ୍ସାହିତ କରିବାକୁ ଆହ୍ୱାନପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ ।
ଏମ/ଏସ ଲେକ୍ସ ପ୍ରୋଟେକ୍ଟର୍ସର ପରିଚାଳନା ଅଂଶୀଦାର ଅରବିନ୍ଦ ପଣ୍ଡା ଏବଂ ତାଙ୍କ ଦଳ କର୍ମଶାଳାର ଅଧିବେଶନରେ ଆଇପି ପରିଚାଳନା ଏବଂ କୌଶଳ, ଆଇପି ଡୋମେନ ସମ୍ପର୍କରେ ପ୍ରାକ୍ଟିକାଲ ଅନ୍ତର୍ଦୃଷ୍ଟି, ଆଇପି ଅଧିକାରସମୂହ, କପିରାଇଟ, ଇଣ୍ଡଷ୍ଟ୍ରିଆଲ ଡିଜାଇନ ଏବଂ ଆଇପିଆର ଉପରେ ବଛା ବଛା କେସ ଷ୍ଟଡି ଆଦି ବିଷୟ ସମ୍ପର୍କରେ ବିବିଧ ଆଇପି ପ୍ରସଙ୍ଗ ଉପରେ ଅର୍ଥପୂର୍ଣ୍ଣ ବ୍ୟାଖ୍ୟା କରିଥିଲେ । ଜିଓଗ୍ରାଫିକ ଇଣ୍ଡିକେସନ୍‍ସ (ଜିଆଇ), ଷ୍ଟାର୍ଟଅପ୍‍ସମୂହ ଦ୍ୱାରା ଆଇପି, ଶିଳ୍ପ ଆଦି ପଞ୍ଜିକରଣ କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ସାମର୍ଥ୍ୟ ସମ୍ପର୍କରେ ମଧ୍ୟ ସେମାନେ ପ୍ରକାଶ କରିଥିଲେ ।

Comments are closed.