ଗଂଜାମ ଓକିଲ ସଂଘ ପକ୍ଷରୁ ଚାରିଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ

0

ଗଂଜାମ: ଗଂଜାମ ଓକିଲ ସଂଘ ପକ୍ଷରୁ ଚାରିଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ସଂଘ ପକ୍ଷରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଦୀର୍ଘ ବର୍ଷ ହେଲା ହୋଇଆସୁଛି । ୨୦୦୭ ମସିହାରେ ଲଗାତର ଭାବେ ୭ ମାସ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବାବେଳେ ପରବର୍ତି ସମୟରେ ସଂଘର ନିଷ୍ପତି ପ୍ରକାରେ ମାସର ଶେଷ ଚାରି ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସଂଘର ସଭାପତି ମୋହନ ସିଂହାରୀ ଓ ସାଧାରଣ ସମ୍ପାଦକ ପ୍ରକାଶ ଦାଶଙ୍କ ନେତୃତ୍ୱରେ ସଂଘର ସଦସ୍ୟ ପୂର୍ବତନ ସମ୍ପାଦକ ମନୋଜ ପଟ୍ଟନାୟକ, ପ୍ରଦୀପ ପଣ୍ଡା, ଶିବ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସଂଘ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଦାବି ହାସଲ ହୋଇପାରୁନାହିଁ । ତେଣୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply