ମାନସିକ ଚାପ ମୁକ୍ତ ପ୍ରଶିକ୍ଷଣ ଶିବିର

ପାଟଣା: ପାଟଣା ବ୍ଲକ ସଭାଗୃହରେ ଶୁକ୍ରବାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କର୍ମକ୍ଷେତ୍ରରେ ମାନସିକ ଚାପ ମୁକ୍ତ ରହିବା ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କର୍ମ ସଂସ୍ଥାନ କ୍ଷେତ୍ରରେ କିଭଳି କର୍ମଚାରୀମାନେ ଚାପ ମୁକ୍ତ ରହିବେ ଓ ତାହାର କିଭଳି ପରିଚାଳନା କରିବେ ସେ ନେଇ ଶିବିରରେ ପ୍ରଶିକ୍ଷକ ଭାବେ ଜିଲ୍ଲା ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ ମାଝୀ, ସାଇକୋ ଥେରାପି ଡାକ୍ତର ବିକାଶ ରଞ୍ଜନ ମହାନ୍ତ ପ୍ରଶିକ୍ଷଣ ଦେଇଛନ୍ତି । ମାନସିକ ରୋଗର ଚିକିତ୍ସା, ପୁନଃ ଥଇଥାନ ଓ ଗ୍ରାମାଞ୍ଚଳରୁ ମାନସିକ ରୋଗୀ ଚିହ୍ନଟ କରି ଜିଲ୍ଲା ମାନସିକ ରୋଗ ବିଭାଗରେ ଭର୍ତ୍ତି କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି । ଏହି ଶିବିରରେ ପାଟଣା ବ୍ଲକ କର୍ମଚାରୀ, ଆଇସିଡିଏସ୍ ଓ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

Comments are closed.