ଷ୍ଟିଭେଡରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0

ପାରାଦୀପ: ପାରାଦୀପ ବନ୍ଦରରେ ଷ୍ଟିଭେଡର କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଅଚଳାବସ୍ଥା ଦେଖା ଦେଇଛି। ଓଏସଏଲ କର୍ମଚାରୀଙ୍କ ଧାରଣା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଏହାର ସ୍ଥାୟୀ ସମାଧାନ ହୋଇ ନପାରିବାରୁ ବୁଧୁବାର ମଧ୍ୟ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଏଥିପାଇଁ ୧୪ଟି ଜାହାଜରେ ମାଲ ବୋଝେଇ ଓ ଖଲାସ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଓଏସଏଲ ହେଲପର କର୍ମଚାରୀମାନେ ଅପରେଟର ମାନ୍ୟତା ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଯଥା ଶୀଘ୍ର ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply