ୱାର୍ଡସଭ୍ୟ ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କଲ୍ୟାଣସିଂହପୁର ପଞ୍ଚାୟତର ୪ ନମ୍ବର ୱାର୍ଡ ଏବଂ ଶିକରପାଇ ପଞ୍ଚାୟତର ୭ ନମ୍ବର ୱାର୍ଡସଭ୍ୟ ପଦବୀ ପାଇଁ ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ସୋମବାର ଶେଷ ହୋଇଛି। ଏହି ଦୁଇଟି ୱାର୍ଡ ପାଇଁ ମୋଟ ୫ ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ କଲ୍ୟାଣସିଂହପୁର ପଞ୍ଚାୟତରେ ଏକମାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ କୋଟା ରମେଶ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଶିଖରପାଇ ପଞ୍ଚାୟତର ୭ ନମ୍ବର ୱାର୍ଡର ସଦସ୍ୟ ପଦବୀ ପାଇଁ ୪ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି। ବିଜେପି ସମର୍ଥିତ ପ୍ରାର୍ଥୀ ସମେଶ୍ୱର ନେମାଳପୁରି, ବିଜେଡ଼ି ସମର୍ଥିତ ପ୍ରାର୍ଥୀ ନୃସିଂହ ଚରଣ ସ୍ୱାଇଁ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରମେଶ କୁମାର ମାଲି ଓ ଗୌରୀ ଗୋପାଳ ଚେଟି ନିର୍ବାଚନ ଦାୟିତ୍ଵରେ ଥିବା ଡବ୍ଲ୍ୟୁଇଓ ଚନ୍ଦନ ଦାସ ବାଙ୍ଗାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Comments are closed.