ମଠଖାଇ ସଂରକ୍ଷିତ ଜଙ୍ଗଲରେ ଚଢଉ – ୫କ୍ୱିଣ୍ଟାଲ କାଠ ଜବତ

ବଲାଙ୍ଗିର, -ବଲାଙ୍ଗିର ବନାଞ୍ଚଳ କର୍ମଚାରୀମାନେ ମଠଖାଇ ସଂରକ୍ଷିତ ଜଙ୍ଗଲରେ ଚଢଉ କରିଥିଲେ । ଜଙ୍ଗଲରୁ ୯ଟି ସାଇକେଲରେ ପ୍ରାୟ ୫ କ୍ୱିଣ୍ଟାଲ ଜାଳେଣି କାଠ ନେଇ ଯାଉଥିବା ଲୋକଙ୍କୁ କର୍ମଚାରୀମାନେ ଧରିବାକୁ ଉଦ୍ୟମ କରିବାରୁ ସେମାନେ ସାଇକେଲ ଛାଡିଦେଇଥିଲେ । ଜଙ୍ଗଲ ମଧ୍ୟକୁ ଧାଇଁ ପଳାଇଥିଲେ ।

ଏହି ଚଢଉରେ ବଲାଙ୍ଗିର ରେଞ୍ଜର କେଶବ କୃଷ୍ଣ ନାଏକ, ଡେପୁଟି ରେଞ୍ଜର ଭବାନୀ ସ୍ୱାଇଁ, ବନପାଳ ବିଜୟଲକ୍ଷ୍ମୀ ନାଏକ, ରେଞ୍ଜ ପାରା ସ୍କ୍ୱାର୍ଡ ସହଯୋଗ କରିଥିଲେ । ଜାଳେଣି କାଠ ନେଉଥିବା ସାଇକେଲ ଚାଳକମାନେ ଫେରାର ହୋଇଯିବା ପରେ ବନ ବିଭାଗ ପକ୍ଷରୁ ଏକ ପିକ୍‌ଅପ୍‌ରେ ଜାଳେଣି କାଠ ସହ ସାଇକେଲଗୁଡ଼ିକୁ ଭରି ବଲାଙ୍ଗିର ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା ।

Comments are closed.