କେସଡିହାରୁ ଚୋରା କାଠ ଜବତ କଲା ବନ ବିଭାଗ

ପାଟଣା : ପାଟଣା ବନାଞ୍ଚଳ ରାଇଡିହା ବିଟ ଅନ୍ତର୍ଗତ କେସଡିହା ହୁଡ଼ି ନିକଟରୁ ଆଜି ବନ ବିଭାଗ ଚୋରା କାଠ ଜବତ କରିଥିବା ଜଣାପଡିଛି। ଏଠାରେ କାଠ ମାଫିଆମାନଙ୍କ ଦ୍ଵାରା ଚୋରାରେ ମୂଲ୍ୟବାନ ପିଆଶାଳ କାଠ ଚିରା ହେଉଥିବା ଖବର ପାଇ ସାହାରପଡା ବନପାଳ ମୋହିନୀ ମହାନ୍ତ ପହଞ୍ଚି ୩ ଖଣ୍ଡ ବଡ଼ ପିଆଶାଳ କାଠ ଗଣ୍ଡିକୁ ଜବତ କରିଥିଲେ । ଜବତ କାଠ ଓ କାଠକଟାରେ ବ୍ୟବହୃତ କରତ ଆଦି ଜବତ କରାଯାଇଛି। କାଠ ମାଫିଆ ଓ କରତ କଟାଳି କୌଶଳକ୍ରମେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

Comments are closed.