ଶାଳ ଗଡ଼ ଜବତ କଲା ବନବିଭାଗ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସେକ୍ସନ ରାଜନଗର ବିଟ ପଦ୍ମପୁର ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆ ଗତରାତି ଏକ ବଡ ଶାଳ ଗଛ କାଟି ୫ଟି ଶାଳଗଡ ଛାଡି ଯାଇଥିବା ଜଣାପଡ଼ିଛି । ଖବର ପାଇବା ପରେ ପାଟଣା ରେଞ୍ଜର ପବିତ୍ର ମୋହନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖିରେଇଟାଙ୍ଗିରି ବନପାଳ ଅମୁଲ୍ୟ କୁମାର ସେନାପତି ଓ ବନରକ୍ଷୀ ନଗେନ୍ଦ୍ର କୁମାର ଜେନା ଘଟଣା ସ୍ଥଳକୁ ଯାଇ ୫ଟି କଟା ଯାଇଥିବା ମୋଟା ମୋଟା ଶାଳଗଡ ଗୁଡ଼ିକ ଜବତ କରି ଖିରେଇଟାଙ୍ଗିରି ବନ କାର୍ଯ୍ୟାଳୟକୁ ଆଣିଛନ୍ତି । ଜବଦ ଶାଳଗଡ ଗୁଡିକର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାର ହେବ ବୋଲି ବନ ବିଭାଗ ସୂଚନା ଦେଇଛି ।

Comments are closed.