ବାଇକ୍ ସହ ମୂଲ୍ୟବାନ ଚୋରା କାଠ ଜବତ

କେଶଦୁର।ପାଳ: ବାଇକ୍ ସହ ମୂଲ୍ୟବାନ ଚୋରା କାଠ ଜବତ୍ ହୋଇଥିବା ଜଣାପଡ଼ିଛି । ସୂଚନାରୁ ଜଣାଯାଏ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ତିଗିରିଆ ଗ୍ରାମ ନିକଟସ୍ଥ ରାସ୍ତା ଦେଇ ବାଇକରେ ମୂଲ୍ୟବାନ ଚୋରା କାଠ ଯାଉଥିବା ଖବର ପାଇ ରାମଚନ୍ଦ୍ରପୁର ଫରେଷ୍ଟର ମଳୟକୁମାର ସାହୁ, ପରେଷ୍ଟଗାର୍ଡ ଅବିନାଶ ପରିଡା, କମଳିନୀ ଜେନା ସମେତ ଜଙ୍ଗଲ ସୁରକ୍ଷା କର୍ମି ସୁରେଶ ମଲ୍ଲିକ, ସାରଙ୍ଗଧର ମଲ୍ଲିକ ଅଚାନକ ଚଢ଼ାଉ କରି ବାଇକ୍ ସହ କାଠ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ବାଇକ୍ ଚାଳକ ଖସିଯାଇଥିବା ଜଣାଯାଇଛି। ଜବଦ କାଠର ଆନୁମାନିକ ମୂଲ୍ୟ ତିନି ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.