ବନ ବିଭାଗ ପକ୍ଷରୁ ଶାଳ ପଟା ଜବତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗ ପକ୍ଷରୁ ୬ ଖଣ୍ଡ ଶାଳ ପଟା ଜବତ କରାଯାଇଛି । ରାତ୍ର ପାଟ୍ରୋଲିଂ କରିବା ବେଳେ ପାହାନ୍ତିଆ ସମୟରେ ଏକ ବାଇକ ଯୋଗେ କାଠ ନେଇ ଯାଉଥିବା ଦେଖି ପିଛା କରିବାରୁ ଜଗନ୍ନାଥ ମନ୍ଦିର ପାଖରେ କାଠ ଫିଙ୍ଗି ଦେଇ ଚାଲିଯାଇଥିଲା । କିନ୍ତୁ ଲୋକକୁ ଧରିପାରି ନ ଥିଲେ । ଉକ୍ତ ୬ ଖଣ୍ଡ କାଠକୁ ଜବତ କରି କାର୍ୟ୍ୟାଳୟରେ ରଖାଯାଇଛି । ପାଟ୍ରୋଲିଂ ସମୟରେ ବନପାଳ ଦୀନବନ୍ଧୁ ଶବର ବନରଖି ଅକ୍ଷୟ କୁମାର ମିଶ୍ର ଓ ପାରା କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.