ଲକ୍ଷାଧିକ ଟଙ୍କାର ସାହାଜ କାଠ ଜବତ, ୨ ଗିରଫ 

ଲୋଇସିଂହା : ବଲାଙ୍ଗିର ଲୋଇସିଂହା ବନାଞ୍ଚଳ ଅଧିକାରୀ ପାଉଲ ହରପାଲଙ୍କ ନିର୍ଦ୍ଦେଶରେ କପିଲବାହାଲ ଗାଁ ମୁଣ୍ଡରୁ ଲକ୍ଷାଧିକ ଟଙ୍କାର ସାହାଜ ଗଛର କାଠ ଜବତ କରାଯାଇଛି। ବେଆଇନ ଭାବେ ଏହି ଗଛ କାଠ ଚାଲାଣ ହେଉଥିବା ଜଣାପଡିଛି। ଫରେଷ୍ଟର ତଥା ସରଗାଡ ସେକ୍ସନର ଭାରପ୍ରାପ୍ତ ଅଧିକାରୀ ଠନ ସୁନ୍ଦର ଧରୁଆ, ଫରେଷ୍ଟ ଗାର୍ଡ ଚିନ୍ମୟ ପ୍ରଧାନ, ଅଶୋକ ତ୍ରିପାଠୀ, ରାଜକୁମାର ଧରୁଆ ପ୍ରମୁଖ  ଟ୍ରାକ୍ଟର ଜବତ କରିବା ସହ କାଠ ଚାଲାଣ କରୁଥିବା କପିଲବାହାଲ ଗାଁର ମୁକେଶ ଠାକୁର, ସୋମନାଥ ଠାକୁରଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ବିରୋଧରେ ଲୋଇସିଂହା ମାମଲା ରୁଜୁ ହୋଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ୨ ଗିରଫଙ୍କୁ ବଲାଙ୍ଗିର ଜେଲ୍କ ପଠାଇ ଦିଆଯାଇଛି।

Comments are closed.