ବନବିଭାଗ ତରଫରୁ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ

କଣ୍ଟାବାଂଜି :  କଣ୍ଟାବାଞ୍ଜି ରେଞ୍ଜରଙ୍କ ସମେତ ବନକର୍ମଚାରୀ ରବିବାର ସଂନ୍ଧ୍ୟା ୭ ରେ ପେଟ୍ରୋଲିଂ କରୁଥିବା ବେଳେ କଣ୍ଟାବାଞ୍ଜି – ବଙ୍ଗୋମୁଣ୍ଡା ରାସ୍ତା କେ.ଭି. କଲେଜ ନିକଟ କାଦୋବସା ରାସ୍ତା ରେ ଟ୍ରାକ୍ଟରରେ କାଠ ବୋଝେଇ ଗଣ୍ଡି ଦେଖି ଗୋଡାଇବାରୁ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବନବିଭାଗ ଟ୍ରାକ୍ଟର କୁ ଜବତ କରିଥିଲେ। ଟ୍ରାକ୍ଟର ରେ ନିମ୍ବ, ଖଇସ ଓ ସଦେଇ ବଡ଼ ବଡ଼ ଗୋଲେଇ କାଠଗଣ୍ଡି ଥିବାର ଦେଖାଦେଇଛି। ପେଟ୍ରୋଲିଂ ବେଳେ ରେଞ୍ଜରଙ୍କ ସହ ଫରେଷ୍ଟର ଆଦିତ୍ୟ ମିଶ୍ର, ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତି ସୁନା ଓ ଅନ୍ୟାନ୍ୟ କର୍ମଚାରୀ ଥିଲେ।

Comments are closed.