ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଚୋରା କାଠକୋଇଲା ଜବତ

ଗୁରୁଡିଝାଟିଆ : କଣ୍ଡରେଇ ପଞ୍ଚାୟତର ଖଣ୍ଡୁଆଳି ନିକଟରୁ ବନ ବିଭାଗ ଚୋରା କାଠକୋଇଲା ଜବତ କରିଛି । ଏକ ଗଛମୂଳରେ ବାହାରକୁ ଚୋରା ଚାଲାଣ କରିବା ଉଦ୍ଦେଶ୍ୟରେ ରଖାଯାଇଥିବା କାଠକୋଇଲା ସଂପର୍କରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲ ସିଂହ ମାଥୁର ଜାଣିବାକୁ ପାଇଥିଲେ। ଏହାପରେ ଚୋରା ଚାଲାଣ ଖବର ପାଇଥିବା କାଠକୋଇଲାକୁ ଜବତ କରିବା ପାଇଁ ବନାଞ୍ଚଳ ଅଧିକାରୀଙ୍କ ସହ ବନକର୍ମଚାରୀମାନେ ଚଢାଉ କରିଥିଲେ। ଚୋରା କାଠ କୋଇଲାକୁ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଜବତ କାଠକୋଇଲାର ମୂଲ୍ୟ ୧୦ ରୁ ୧୨ହଜାର ଟଙ୍କା ହେବ ବୋଲି ବନବିଭାଗ ସୁତ୍ରରୁ ପ୍ରକାଶ। ପ୍ରକାଶଯୋଗ୍ୟ ଖୁଣ୍ଟୁଣୀ ବନାଞ୍ଚଳରୁ ବର୍ଷତମାମ ରେଳଯୋଗେ ରାଜାଆଠଗଡ ଓ ରାଧାକିଶୋରପୁର ରେଳଷ୍ଟେସନରୁ ଭୂବନେଶ୍ୱରକୁ ଚୋରା କାଠକୋଇଲା ଚାଲାଣ ହେଉଥିବା ବେଳେ ମିନିଟ୍ରକ ସାହାଯ୍ୟରେ କଟକକୁ ଚାଲାଣ ହୋଇଥାଏ । ବିଭିନ୍ନ ସମୟରେ ବନବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇ କାଠକୋଇଲା ଓ ଗାଡିଜବତ କରାଯାଉଥିଲେ ମଧ୍ୟ ଏହାର ମୂଳୋତ୍ପାଟନ କରାଯାଇପାରୁନାହିଁ ।

Comments are closed.