ଏସିଆ ବୁକ ଅଫ ରେକର୍ଡରେ ୧୨ଟି ଛୋଟ କଳା କୃତି

ବ୍ରହ୍ମପୁର: ବ୍ରହ୍ମପୁର ଶିଲ୍ପୀ ସତ୍ୟନାରାୟଣ ମହାରଣାଙ୍କ ଦ୍ବାରା ନିର୍ମିତ ୧୨ ଟି ଛୋଟ କଳାକୃତି ଉଭୟ ଏସିଆ ବୁକ୍ ଅଫ ରେକର୍ଡସ ଓ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛି । ସମସ୍ତ କଳାକୃତିକୁ ସତ୍ୟ କାଠରେ ନିର୍ମାଣ କରିଛନ୍ତି। ୧୨ କଳା କୃତି ମଧ୍ୟରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୧ ସେ.ମି ରହିଥିବା ବେଳେ ମା ବୁଢୀ ଠାକୁରାଣୀଙ୍କ ଉଚ୍ଚତା ୧.୧ ସେ.ମି, ହନୁମାନଙ୍କ ଉଚ୍ଚତା ୧.୩ ସେ.ମି, ଦୁର୍ଗା ମାଙ୍କ ଉଚ୍ଚତା ୧.୩ ସେ.ମି, ଶିବଙ୍କ ଉଚ୍ଚତା ୧ ସେ.ମି, ଗଣେଶଙ୍କ ଉଚ୍ଚତା ୧ ସେ.ମି, କାଳୀଙ୍କ ଉଚ୍ଚତା ୧.୮ ସେ.ମି, ରାମଙ୍କ ଉଚ୍ଚତା ୧.୭ ସେ.ମି, ବୁଦ୍ଧଙ୍କ ଉଚ୍ଚତା ୨.୩ ସେ.ମି, ସରସ୍ବତୀଙ୍କ ଉଚ୍ଚତା ୨.୮ ସେ.ମି, ମା ଲକ୍ଷ୍ମୀଙ୍କ ଉଚ୍ଚତା ୨.୭ ସେ.ମି, କୃଷ୍ଣଙ୍କ ଉଚ୍ଚତା୩.୨ ସେ.ମି ରହିଛି। ପୂର୍ବରୁ ସତ୍ୟ ଅନେକ କଳାକୃତି ନିର୍ମାଣ କରିଥିବା ବେଳେ ସେଗୁଡ଼ିକ ବହୁ ରେକର୍ଡସରେ ସ୍ଥାନ ପାଇସାରିଛି।

Comments are closed.