ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ, ଜଣେ ଅଟକ

0

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉତ୍ତର ବନଖଣ୍ଡ ସ୍କ୍ବାର୍ଡ ଦ୍ବାରା ଚଢାଉ କରାଯାଇ ଦେଢ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଶାଳ କାଠ ଉଦ୍ଧାର କରାଯାଇଛି । ଏକ ନିର୍ମାଣଧିନ କୋଠାରୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଭବାନୀପାଟଣା ବ୍ୟାଙ୍କ କଲୋନୀରେ ଅମିତ ପଟ୍ଟନାୟକଙ୍କ ନିର୍ମାଣଧୀନ କୋଠାରୁ ୧୩୦ ଖଣ୍ଡ ଶାଳ କାଠ ଜବତ ହୋଇଛି । ନିର୍ମାଣଧୀନ କୋଠାର ମାଲିକ ଅମିତ ପଟ୍ଟନାୟକ ସିଙ୍ଗାପୁର ଯାଇଥିବା ବେଳେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । କୋଠା ନିର୍ମାଣ କରୁଥିବା ଠିକାଦାର ବନ ବିଭାଗ ଦ୍ବାରା ଅଟକ ରହିଛି ।

Leave A Reply