ସଂସଦରେ ଧାର୍ମିକ ସ୍ଳୋଗାନ ଉଚାରଣକୁ ଅନୁମତି ଦେବିନାହିଁ: ବାଚସ୍ପତି

ନୂଆଦିଲ୍ଲୀ: ରାଜସ୍ଥାନର କୋଟା ବିଜେପି ସାଂସଦ ଓମ ବିର୍ଲା ବୁଧବାର ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପରେ ସେ କହିଛନ୍ତି ଯେ, ସଂସଦରେ ଧାର୍ମିକ ସ୍ଳୋଗାନ ଉଚାରଣ କରିବାକୁ ଅନୁମତି ଦିଆଯିବ ନାହିଁ। ମୁଁ ଭାବୁନାହିଁ ଯେ ସ୍ଳୋଗାନବାଜି କରିବା ଏବଂ ପ୍ଲାକାର୍ଡ ପ୍ରଦର୍ଶନ କରିବା ଲାଗି ସଂସଦ ଏକ ଉପଯୁକ୍ତ ସ୍ଥାନ। ସଂସଦ ବାହାରେ ରାସ୍ତାଘାଟ ରହିଛି, ସେମାନେ ସେଠାକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିପାରିବେ। ଲୋକମାନେ ଯାହା କହିବାକୁ ଚାହୁଁଛନ୍ତି, ସେମାନଙ୍କର ଯେଉଁସବୁ ଅଭିଯୋଗ ରହିଛି ସେମାନେ ଉପସ୍ଥାପନ କରିପାରିବେ। କିନ୍ତୁ ସେମାନେ ସଂସଦ ଭିତରେ ଏଭଳି ସ୍ଳୋଗାନବାଜି କରିପାରିବେ ନାହିଁ ବୋଲି ବିର୍ଲା କହିଛନ୍ତି।

Comments are closed.