ମହିଳା ଟି-୨୦ ଚାଲେଞ୍ଜ୍‍ : ଭେଲୋସିଟି ପାଇଁ ୧୨୭ ରନର ବିଜୟ ଲକ୍ଷ୍ୟ ରଖିଛି ସୁପର ନୋଭାସ

ସାରଜା : ମହିଳା ଟି-୨୦ ଚାଲେଞ୍ଜ୍‍ର ତୃତୀୟ ସଂସ୍କରଣ ବୁଧବାର ସନ୍ଧ୍ୟାରୁ ସାରଜାଠାରେ ଆରମ୍ଭ ହୋଇଛି। ଆଜି ପ୍ରଥମ ମ୍ୟାଚ୍‍ ପୂର୍ବବର୍ଷ ଚମ୍ପିୟନ୍‍ ସୁପର ନୋଭାସ ଓ ଭେଲୋସିଟି ମଧ୍ୟରେ ଅନୁଷ୍ଠିତ ହେଉଛି। ପ୍ରଥମେ ବ୍ୟାଟିଂ କରି ସୁପର ନୋଭାସ, ଭେଲୋସିଟି ପାଇଁ ୧୨୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ମହିଳା ଟି-୨୦ ଚାଲେଞ୍ଜ୍‍ର ଏହି ସଂସ୍କରଣରେ ତିନୋଟି ଦଳ ଭାଗ ନେଉଛନ୍ତି। ସେଗୁଡ଼ିକ ହେଉଛନ୍ତି ସୁପର ନୋଭାସ, ଭେଲୋସିଟି ଏବଂ ଟ୍ରେଲବ୍ଲେଜର୍ସ୍‍। ଏହି ସଂସ୍କରଣର ସମସ୍ତ ମ୍ୟାଚ୍‍ ସାରଜାରେ ଅନୁଷ୍ଠିତ ହେବ ଏବଂ ଫାଇନାଲ୍‍ ମ୍ୟାଚ୍‍ ଆସନ୍ତା ୯ ତାରିଖ ଦିନ ଖେଳାଯିବ।

Image Source : Crick info

ଭାରତୀୟ ଟି-୨୦ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ସୁପର ନୋଭାସର ନେତୃତ୍ୱ ନେଉଥିବା ବେଳେ ଭେଲୋସିଟି ଦଳର ଅଧିନାୟକ ଦାୟିତ୍ୱ ମିତାଲି ରାଜ୍‍ଙ୍କୁ ଦିଆଯାଇଛି।

Comments are closed.