ମହିଳା ଟି-୨୦ କ୍ରିକେଟ୍‍ : ଭାରତକୁ ୧୧ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ : ଭାରତୀୟ ମହିଳା କ୍ରିକେଟ୍‍ ଦଳ ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ବୁଧବାର ଅନୁଷ୍ଠିତ ଟି-୨୦ ସିରିଜ୍‍ର ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୧ ରନରେ ପରାସ୍ତ କରିଛି। ୧୫୬ ରନ୍‍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ
ସମସ୍ତ ୱିକେଟ୍‍ ହରାଇ ୧୪୪ ରନ୍‍ ସଂଗ୍ରହ କରିଥିଲା।

ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୬୬ ରନ୍‍ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଅଷ୍ଟ୍ରେଲିଆ ଦଳ ୬ ୱିକେଟ୍‍ ହରାଇ ୧୫୫ ରନ୍‍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ବେଥ୍‍ ମୁନେ ୭୧ ରନ୍‍ ସଂଗ୍ରହ କରିଥିଲେ।
ସୂଚନାଯୋଗ୍ୟ ପ୍ରଥମ ତିନୋଟି ମ୍ୟାଚ୍‍ ହାରିବା ପରେ ଗତ ରବିବାର ଦିନ ଅନୁଷ୍ଠିତ ଚତୁର୍ଥ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୭ ୱିକେଟରେ ପରାସ୍ତ
କରିଥିଲା।

ଆସନ୍ତା ୨୧ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁଥିବା ଟି-୨୦ ମହିଳା ବିଶ୍ୱକପ୍‍ ପାଇଁ ପ୍ରସ୍ତୁତି ପାଇଁ ଏହି ସିରିଜ୍‍ର ଆୟୋଜନ କରାଯାଇଛି।

Comments are closed.