ବରଗଡ଼ରେ ମହିଳା ଅଦାଲତ ଉଦଘାଟିତ

ବରଗଡ଼ ଜିଲ୍ଳା ଦେୱାନୀ ଅଦାଲତ ପରିସରରେ ଆଜି ସିନିଅର ସିଭିଲ ଜଜ ମହିଳା ଅଦାଲତ ଉଦଘାଟିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଭିଡ଼ିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି। ବରଗଡ଼ ଜଜସିପର ପ୍ରଶାସନିକ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଦେବବ୍ରତ ଦାଶଙ୍କ ଉପସ୍ଥିତିରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରଗଡ଼ ଅଦାଲତ ପରିସରରେ ବରଗଡ଼ ଜିଲ୍ଳା ଜଜ ଏସ.ଏ.କେ. ଜେଡ଼. ଅହମଦ, ଜିଲ୍ଳାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଜିଲ୍ଳା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁଙ୍କ ସମେତ ବିଚାରପତି ଏବଂ ଆଇନଜୀବୀମାନେ ଉପସ୍ଥିତ ଥିଲେ। ନୂତନ ଉଦଘାଟିତ ମହିଳା ଅଦାଲତର ବିଚାରପତି ଭାବରେ ସୁମିତା ଆଚାର୍ଯ୍ୟ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

Comments are closed.