ମହିଳା ଟି୨୦ ବିଶ୍ବକପ୍‌: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଆଜି

ମେଲବୋର୍ଣ୍ଣ : ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗୁରୁବାର ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବ। ଭାରତୀୟ ଦଳ ନିଜ ପ୍ରଥମ ମ୍ୟାଚ୍‌ରେ ଗତଥରର ଚମ୍ପିଆନ୍‌ ଅଷ୍ଟ୍ରେଲିଆକୁ ୧୭ ଓ ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ୧୮ ରନ୍‌ରେ ପରାସ୍ତ କରିଥିଲା। ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଦଳ ସେମିଫାଇନାଲରେ ପ୍ରବେଶ କରିବାର ନିକଟତର ହେବାକୁ ପ୍ରୟାସ କରିବ। ଗ୍ରୁପ୍ ଏ’ରେ ଥିବା ଭାରତୀୟ ଦଳ ଦୁଇଟି ମ୍ୟାଚ୍‌ରୁ ୨ଟି ବିଜୟ ସହ ୪ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି।

Comments are closed.